Swiggy ରେ ଖାଇବା ଅର୍ଡର କରୁଥିଲେ ଦେବାକୁ ପଡିବ ଅଧିକ ଟଙ୍କା

ଆଜିକା ସମୟରେ ସବୁକିଛି ଅନଲାଇନ ହେବାରେ ଲାଗିଛି। ଲୋକେ ଘରେ ବସି ଗୋଟିଏ କ୍ଲିକ୍‌ରେ ନିଜର ଅତ୍ୟାବଶ୍ୟକ ଜିନିଷ ପାଇ ପାରୁଛନ୍ତି। ଏହିପରି ଅନଲାଇନ ଫୁଡ୍‌ ଡେଲିଭରି ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଯୋଡ଼ି ହୋଇ ଗଲାଣି। ଅନଲାଇନ ରେ ଖାଦ୍ୟ ଅର୍ଡର କରିବା ପାଇଁ ହେଲେ ଆମେ ସ୍ୱିଗି ଓ ଜୋମାଟୋ କୁ ବାଛୁଛେ । ଏବେ କିନ୍ତୁ ସ୍ୱିଗିରେ ଖାଦ୍ୟ ଅର୍ଡର କରୁଥିବା ସମସ୍ତ ୟୁଜରମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଏବେ ଖାଦ୍ୟ ଅର୍ଡ଼ର କଲେ ଦେବେ ଅଧିକ ଟଙ୍କା

ଆଜିକା ସମୟରେ ସବୁକିଛି ଅନଲାଇନ ହେବାରେ ଲାଗିଛି। ଲୋକେ ଘରେ ବସି ଗୋଟିଏ କ୍ଲିକ୍‌ରେ ନିଜର ଅତ୍ୟାବଶ୍ୟକ ଜିନିଷ ପାଇ ପାରୁଛନ୍ତି। ଏହିପରି ଅନଲାଇନ ଫୁଡ୍‌ ଡେଲିଭରି ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଯୋଡ଼ି ହୋଇ ଗଲାଣି। ଅନଲାଇନ ରେ ଖାଦ୍ୟ ଅର୍ଡର କରିବା ପାଇଁ ହେଲେ ଆମେ ସ୍ୱିଗି ଓ ଜୋମାଟୋ କୁ ବାଛୁଛେ । ଏବେ କିନ୍ତୁ ସ୍ୱିଗିରେ ଖାଦ୍ୟ ଅର୍ଡର କରୁଥିବା ସମସ୍ତ ୟୁଜରମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଅନଲାଇନ ଫୁଡ ଡେଲିଭାରୀ ପ୍ଲାଟଫର୍ମ ସ୍ୱିଗି ଏବେ ଆହୁରି ମହଙ୍ଗା ହୋଇଯାଇଛି । ଏଣିକି କାର୍ଟ ଅର୍ଡର ଅପେକ୍ଷା ଅଧିକ ଚାର୍ଜ ନେବା ଆରମ୍ଭ କରିଛି ସ୍ୱିଗି କମ୍ପାନୀ । ତେବେ ଅର୍ଡରରେ ଏହି ଅତିରିକ୍ତ ଶୁଳ୍କ ସ୍ୱିଗି ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ଝଟକା ଦେଇଛି । ଏଣିକି କାର୍ଟ ମୂଲ୍ୟ ବ୍ୟତୀତ ପ୍ରତ୍ୟେକ ଅର୍ଡର ପିଛା ଅଧିକ ଟଙ୍କା ଲାଗୁ କରିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ପ୍ରତ୍ୟେକ ଫୁଡ୍ ଅର୍ଡର ପ୍ରତି ଅତିରିକ୍ତ ୨ଟଙ୍କା ଲେଖାଏଁ ଚାର୍ଜ କରୁଛି ସ୍ୱିଗି । ତେବେ ଏହି ଚାର୍ଜ କେବଳ ମୁଖ୍ୟ ପ୍ଲାଟଫର୍ମରେ ହୋଇଥିବା ଅର୍ଡର ଉପରେ ଲାଗୁ କରାଯାଉଛି । କିନ୍ତୁ ଇନଷ୍ଟାମାର୍ଟ ୟୁଜର୍ସମାନଙ୍କୁ ଏହି ଚାର୍ଜ ଦେବାକୁ ପଡିବ ନାହିଁ ବୋଲି କମ୍ପାନୀ ସୂଚନା ଦେଇଛି । ତେବେ ଏହି ପରିବର୍ତ୍ତନ ପରେ ସ୍ୱିଗିର ପ୍ରବର୍ତ୍ତକ କହିଛନ୍ତି ଯେ, ପ୍ଲାଟଫର୍ମ ଶୁଳ୍କ ଖାଦ୍ୟ ଅର୍ଡରରେ ନିଆଯାଉଥିବା ସାଧାରଣ ଫ୍ଲାଟ ଟାକ୍ସ ହୋଇଥାଏ । ପ୍ଲାଟଫର୍ମକୁ ସଞ୍ଚାଳିତ କରିବା ଏବଂ ଆହୁରି ଭଲ କରିବାରେ ସାହାଯ୍ୟ କରିଥାଏ ଏହି ଟାକ୍ସ । ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସ୍ୱିଗି ପ୍ରତିଦିନ ୨ ମିଲିୟନରୁ ଅଧିକ ଅର୍ଡର ପାଇଥାଏ ।

ସ୍ୱିଗି ଏବଂ ଗିଗ୍ କର୍ମଚାରୀଙ୍କ ପାଇଁ ଏକ ପ୍ରମୁଖ ନେଟୱାର୍କିଙ୍ଗ ପ୍ଲାଟଫର୍ମ ‘ଆପନା’ରୁ ଚଳିତବର୍ଷ ଇନଷ୍ଟାମାର୍ଟ ପାଇଁ ୧୦ହଜାର ପଦବୀ ପୂରଣ କରିବା ପାଇଁ ଘୋଷଣା କରିଛି । ରିପୋର୍ଟ ଅନୁସରେ, ୨୦୨୫ ସୁଦ୍ଧା ଡୋମେନ୍ ୫.୫ଆରବ ଡଲାର ପର୍ଯ୍ୟନ୍ତ ପହଞ୍ଚିବା ନେଇ ଅନୁମାନ କରାଯାଉଛି । ଗତ ୨୦୨୧ ମସିହାରେ ଏହା ୦.୩ ଆରବ ଡଲାରରେ ରହିଥିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp