RCB ମେଣ୍ଟର ହେଲେ ସାନିଆ ମିର୍ଜା |
୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କୁ ମେଣ୍ଟର ନିଯୁକ୍ତ କରାଯାଇଛି । ଏହା ଭାରତ କ୍ରିକେଟ ଇତିହାସରେ ପ୍ରଥମ । ଅନ୍ୟ କୌଣସି ଖେଳର ଲେଜେଣ୍ଡ କ୍ରିକେଟ ସହ ଯୋଡ଼ି ହେବ ଏହା ପ୍ରଥମ । ଆରସିବି ଦଳର ମେଣ୍ଟର ଭାବେ ସାନିଆଙ୍କୁ ଦାୟିତ୍ୱ ମିଳିଛି। ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ମହିଳା ପ୍ରିମିୟର ଲିଗରେ ମିଳିଛି ସାନିଆଙ୍କୁ ସ୍ଥାନ ।ବିସିସିଆଇ ଦ୍ୱାରା ପ୍ରଥମ ଥର ପାଇଁ ମହିଳା ଆଇପିଏଲ ମ୍ୟାଚ୍ର ଆୟୋଜନ କରାଯାଉଛି । ଆଉ ମହିଳା ପ୍ରିମିୟର ଲିଗ୍ ୨୦୨୩ରେ ଆରସିବି ପାଇଁ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଟିମ୍ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ସାନିଆ ଗୁରୁମନ୍ତ୍ର ଦେବେ। ଆରସିବି ତାର ଅଭିଯାନ ଆସନ୍ତା ମାର୍ଚ୍ଚ ୫ରେ ଦିଲ୍ଲୀ କ୍ୟାପିଟାଲ ବିରୋଧରେ ମୁମ୍ବାଇ ଠାରେ ଖେଳି ଆରମ୍ଭ କରିବ। ଟେନିସରୁ ବିଦାୟ ନେଇଥିବା ସାନିଆ କ୍ରିକେଟରେ ମେଣ୍ଟର ଭାବେ ନିଜର ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି ।
RCB ମେଣ୍ଟର ଦାୟିତ୍ୱ ପାଇବା ନେଇ ସାନିଆ କହିଛନ୍ତି, ଏହି ଟିମରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ । ଏପରି ଐତିହାସିକ ସୁଯୋଗକୁ ମୁଁ ହାତଛଡା କରିବାକୁ ଛାଡୁନାହିଁ । WPL ଭାରତୀୟ କ୍ରିକେଟ ଟିମ୍କୁ ଆହୁରି ମଜଭୁତ କରିବ । ଖେଳାଳିମାନଙ୍କ ମନୋବଳ ବଢାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିବି ।ଆରସିବି ଟିମରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଲିସ ପେରୀ, ହିଟଥର କ୍ନାଇଟ, ନ୍ୟୁଜିଲାଣ୍ଡର କ୍ୟାପଟେନ୍ ସୋଫି ଡେଭିନି ରହିଛନ୍ତି । ଆରସିବି ମନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଛି ।