IPL ରେ ପୁଣି ବାଜି ମାରିନେଲା ଚେନ୍ନାଇ ସୁପରକିଙ୍ଗ
ବର୍ଷା ବାଧାପ୍ରାପ୍ତ ଆଇପିଏଲ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି। ଚେନ୍ନାଇ ଟିମ dls ନିୟମ ଅନୁଯାୟୀ ଗୁଜରାଟକୁ ହରାଇଛି।ଆଇପିଏଲ ୨୦୨୩ ମହାସମର। ରିଜର୍ଭ ଡେ ରେ ଖେଳା ଯାଇଥିବ ମ୍ୟାଚ୍ ବାଜି ମାରିନେଲା ଚେନ୍ନାଇ ଟିମ୍। ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ସାକାର ହୋଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଖେଳା ଯାଇଥିବା ମ୍ୟାଚ୍ ରେ ଧୋନିଙ୍କ ଟିମ୍ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା।
ଗୁଜରାଟ ଟିମ୍ ର ବ୍ୟାଟର ଶୁବମନ୍ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ହେଲେ ରବୀନ୍ଦ୍ର ଜାଡେଜାଙ୍କ ବଲ୍ ରେ ଷ୍ଟମ୍ପ ଆଉଟ୍ ହୋଇଥିଲେ ଗିଲ। ୨୦ ଓଭରରେ ମାତ୍ର ୪ୱିକେଟ ହରାଇ ୨୧୪ ରନ୍ କରିଥିଲା ଗୁଜରାଟ ଟାଇଟନସ । ଶେଷ ଦୁଇ ବଲରୁ ୧୦ରନ ଆବଶ୍ୟକ ଥିବା ବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟ୍ରାଇକରେ ଶେଷ କରିଥିଲେ । ଅମ୍ବାତି ରାୟୁଡୁଙ୍କ ପାଇଁ ଏହା ଶେଷ ମ୍ୟାଚ ହୋଇଥିବାରୁ ସ୍ମରଣୀୟ ହୋଇ ରହିବ ।
ଗୁଜରାଟ ଟିମ୍ ଦେଇଥିବା ଟାର୍ଗେଟକୁ ପୂରଣ କରିବା ପାଇଁ ଧୋନିଙ୍କ ଟିମ ଭଲ ଆରମ୍ଭ କରିଥଲା। କିନ୍ତୁ ପୁଣି ହାଲକା ବର୍ଷା ହେବା ଯୋଗୁଁ ଖେଳ ବନ୍ଦ ରହିଲା। ତେବେ ସିଏସକେ ୪ଟି ବଲ ମାତ୍ର ଖେଳିଥିଲା। ତା ପରେ ଚେନ୍ନାଇ ୧୫ଓଭର ରେ ୫ୱିକେଟ ହରାଇ ୧୭୧ରନ କରିପାରିଥିଲା। ଏଥିସହ ଚେନ୍ନାଇ ୫ ଥର ଟ୍ରଫି ଜିତିଛି । ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ ବିଜେତା ହୋଇଥିଲା । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ଟାର୍ଗେଟ ଥିଲା । ୧୧ ଦଶମିକ ୪ ହାରରେ ରନର ଆବଶ୍ୟକତା ଥିଲା । ଋତୁରାଜ ଗାଏକ୍ୱାଡ ଓ ଡେଭନ କନେଓ୍ଵ ଆକ୍ରମାତ୍ମକ ଖେଳି ପାଓ୍ଵାରପ୍ଲେରେ ୪ ଓଭରରୁ ୫୨ରନ କରିଥିଲେ ।