IPLରେ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ
ଇତିହାସ ରଚିଛନ୍ତି ଯଶସ୍ୱୀ ଜୟଶ୍ୱାଲ । ସମସ୍ତଙ୍କ ରେକର୍ଡ ଭାଙ୍ଗି ନମ୍ବର ଓ୍ଵାନ୍ ହୋଇଛନ୍ତି । IPL ଇତିହାସରେ ଅର୍ଦ୍ଧଶତକ ହାସଲ କରିବାରେ ଗୌରବ ହାସଲ କରିଛନ୍ତି । ମାତ୍ର ୧୩ ବଲ୍ରେ ଅର୍ଦ୍ଧ ଶତକ ହାସଲ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସକୁ ୯ ଓ୍ଵିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲର୍ସ । IPLର ୫୬ତମ ଲିଗ୍ ମ୍ୟାଚରେ ରେକର୍ଡ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲର୍ସ ।
କୋଲକାତା ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ର ଟାର୍ଗେଟ ଦେଇଥିଲା । ୧୫୦ ରନ୍ର ବିଜୟ ଲକ୍ଷ ନେଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ ଦଳ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ପ୍ରଥମ ଓଭରରେ ଜୟସ୍ୱାଲ ୨୬ ରନ୍ ସଂଗ୍ରହ କରିଥିଲେ । ଫଳରେ ଏହା କୋଲକାତା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପରେ ଅଧିନାୟକ ସଞ୍ଜୁ ସାମସନ୍ ଧୁଆଁଧାର ବ୍ୟାଟିଂ କରି ୨୯ ବଲରୁ ୨ଟି ଚୌକା ଔ ୫ଟି ଛକା ସହ ୪୮ ରନ୍ କରି ଅପରାଜିତ ରହିଥିଲେ । ରାଜସ୍ଥାନ ପକ୍ଷରୁ ଚହଲ ୨୫ ରନ୍ରେ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲେ । ଏହି ମ୍ୟାଚରେ ମଧ୍ୟ ସେ ଆଇପିଏଲରେ ସର୍ବାଧିକ ଓ୍ଵିକେଟ ନେବାରେ ରେକର୍ଡ କରିଥିଲେ ।