Indian Idol 13 ଟାଇଟଲ ଟ୍ରଫି ଜିତିଲେ ରିଷି ସିଂ |

ରିଷି ସିଂ ଇଣ୍ଡିଆନ ଆଇଡଲ ୧୩ ଶୋର ବିଜେତା ହୋଇଛନ୍ତି । ରିଷିଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ଏବଂ ଏକ କାର ପୁରସ୍କାର ବାବଦରେ ମିଳିଥିଲା । ଉତ୍ତରପ୍ରଦେଶ ଅଯୋଧ୍ୟାର ରିଷି ସିଂ କଲିକତାର ଦେବୋସ୍ମିତା ରୟଙ୍କୁ ହରାଇ ଟାଇଟଲ ବାଜି ମାରିନେଇଥିଲେ ରିଷି । ପ୍ରଥମ ରନର୍ସ ଅପ୍‌ ଭାବେ ଦେବୋସ୍ମିତା ରୟ ଏବଂ ଦ୍ୱିତୀୟ ରନର୍ସ ଅଫ୍‌ ଭାବେ ଜମ୍ମୁ କାଶ୍ମୀର ଚିରାଗ କୋଟଓ୍ଵାଲ ରହିଥିଲେ ।

ଅଯୋଧ୍ୟାରେ ରହୁଥିବା ରିଷି ଛୋଟ ବେଳରୁ ଗୀତ ଲେଖିବା ଏବଂ ଗାଇବାର ସଉକ ରଖିଥିଲେ । ରିଷି ଡେରାଡୁନର ହିମାଗିରି ଜୀ ୟୁନିଭରସିଟିରେ ପଢା ସାରିବା ପରେ ଗୀତ ପ୍ରତି ଅଧିକ ରୁଚି ଦେଖାଇଥିଲେ । ତେବେ ବିଜେତା ହେବା ପରେ ରିଷି କହିଛନ୍ତି, ‘ମୋ ସ୍ୱପ୍ନ ଆଜି ପୂରଣ ହୋଇଛି । ବିଜେତା ଭାବେ ମୋ ନାଁ ଘୋଷଣା କରାଯିବା ବେଳେ ମୋତେ ବିଶ୍ୱାସ ହେଉନଥିଲା । ଏହି ଶୋ ଜିତିବା ମୋ ପାଇଁ ଗର୍ବର ବିଷୟ । ଆଉ ଏଥିପାଇଁ ମୁଁ ଚ୍ୟାନେଲ, ଜଜ, ଇଣ୍ଡିଆନ ଆଇଡଲ ଏବଂ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଉଛି ।ରିଷିଙ୍କ ସହିତ ଦେବୋସ୍ମିତା ରୟ, ଚିରାଗ କୋତଓ୍ଵାଲ, ବିଦିପ୍ତା ଚକ୍ରବର୍ତ୍ତୀ, ଶିବମ ସିଂ ପ୍ରମୁଖ ଫାଇନାଲରେ ରହିଥିଲେ । କେବଳ ଏତିକି ନୁହେଁ, ରିଷିଙ୍କୁ ସୋନୀ ମ୍ୟୁଜିକ ଇଣ୍ଡିଆ ସହିତ ରେକର୍ଡିଂ କଣ୍ଟ୍ରାକ୍ଟ ମଧ୍ୟ ମିଳିଥିଲା । ଏହି ଶୋକୁ ନୋହା କକ୍କର, ବିଶାଲ ଦଦଲାନୀ, ଏବଂ ହିମେଶ ରେଶମିୟା ଜଜ୍‌ କରୁଥିଲେ । ଏହି ଶୋକୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିଲେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp