Dj ଆଜେକ୍ସଙ୍କ ମୃତ୍ୟୁ ପଛରେ ପ୍ରେମ ।

dj ଆଜେକ୍ସ୍ ବା ଅକ୍ଷୟଙ୍କ ମୃତ୍ୟୁ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରେମ ପାଇଁ ଏପରି ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଏବେ ଧୀରେ ଧୀରେ ଅକ୍ଷୟଙ୍କ ମୃତ୍ୟୁ ଉପରୁ ପରଦା ହଟିବାରେ ଲାଗିଛି । ଅକ୍ଷୟଙ୍କ ବନ୍ଧୁ ଓ ପରିବାର ସମ୍ପର୍କୀୟ ସନ୍ଦେହ କରୁଛନ୍ତି ଅକ୍ଷୟଙ୍କ ମୃତ୍ୟୁ ପଛର କାରଣ ପ୍ରେମ ସମ୍ପର୍କ ହୋଇ ପାରେ । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ସତ । ହେଲେ ଏବେ ପ୍ରଶ୍ନ ଉଠୁଛି ଯିଏ ଓଡ଼ିଶା ସମେତ ଭାରତରେ ଲୋକ ପ୍ରୀୟତା ହାସଲ କରିଥିଲେ ସେ କିପରି ଏଭଳି ଚରମ ନିଷ୍ପତ୍ତି ନେଇ ପାରିଲେ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶେଷ ଥର ପାଇଁ ୬ଟା ୩୦ ମିନିଟ ସମୟରେ ଅକ୍ଷୟ କୁମାର ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ଏହା ପରେ ରାତିରେ ଅକ୍ଷୟଙ୍କ ଘର ଭିତରୁ ଅକ୍ଷୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ଅକ୍ଷୟଙ୍କୁ ତୁରନ୍ତ ଡାକ୍ତର ଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଫଟୋ । ସମ୍ପୃକ୍ତ ଯୁବତୀଙ୍କ ସହ ‘ଡିଜେ ଆଜେକ୍ସ’ ଅକ୍ଷୟ କୁମାର ନଜର ଆସିଛନ୍ତି । ଏକାଠି ଜନ୍ମ ଦିନ ପାଳନ କରାଯାଉଥିବା ଫଟୋରେ ଦେଖିବାକୁ ମିଳିଛି । ଆଉ ଏହି ଯୁବତୀଙ୍କ ସହ ଅକ୍ଷୟଙ୍କ ପ୍ରେମ ସମ୍ପର୍କ ଥିବା ଅକ୍ଷୟଙ୍କ ବନ୍ଧୁ ପ୍ରକାଶ କରିଛନ୍ତି । ତେବେ ଯୁବତୀଙ୍କ ପାଇଁ ଅକ୍ଷୟ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp