CISFରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ।
ଅଗ୍ନିବୀରଙ୍କ ପାଇଁ ଖୁସି ଖବର ,କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ପୂର୍ବତନ ଅଗ୍ନିବୀରମାନଙ୍କୁ CISFରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସପ୍ତାହ ପୂର୍ବରୁ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ମଧ୍ୟ ଏମିତି ହିଁ ପଦକ୍ଷେପ ନେଇଥିଲା।ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକଙ୍କ ଲାଗି CISF ତରଫରୁ ଏକ ଖୁସି ଖବର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଔଦ୍ଦ୍ୟୋଗିକ ସୁରକ୍ଷା ବଳ (CISF)ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛି। ମନ୍ତ୍ରଣାଳୟ ଏକ ସପ୍ତାହ ପୂର୍ବରୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ମଧ୍ୟ ସେମାନଙ୍କ ପାଇଁ ଏମିତି ହିଁ ପଦକ୍ଷେପ ନେଇଥିଲା।
ମନ୍ତ୍ରଣାଳୟ ସର୍ବାଧିକ ବୟସ ସୀମାରେ ଛାଡ୍ ଦେବାର ବି ଏକ ବିଜ୍ଞପ୍ତି ଜାରି କରିଛି। ଅଗ୍ନିବୀରଙ୍କ ପ୍ରଥମ କିମ୍ବା ପରବର୍ତ୍ତୀ ବ୍ୟାଚ୍ ଉପରେ ହିଁ ଏହା ନିର୍ଭର କରିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବତନ ଅଗ୍ନିବୀରମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ ଆରାମ ଦିଆଯିବ।