ଆସନ୍ତୁ ଜାଣିବା କେମିତି କଟିବ ଆଜିର ଆପଣଙ୍କ ଦିନ |
ମେଷ: ଏହି ରାଶିର ଲୋକଙ୍କ ପାଇଁ ଏପ୍ରିଲ୍ ମାସ ଶୁଭଫଳ ଆଣିବ। ଆପଣଙ୍କର ଯୋଜନାବଦ୍ଧ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବ। ମାସ ଆରମ୍ଭରେ ସାମାଜିକ ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ଅଧିକ ରହିବ।
ବୃଷ: ମାସର ଆରମ୍ଭ ଆପଣଙ୍କ ପାଇଁ ଭଲ ରହିବ। କିନ୍ତୁ ମାସର ମଧ୍ୟଭାଗରୁ ଆପଣଙ୍କୁ ହଠାତ୍ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ମାସ ଚାକିରିଆ ମହିଳାଙ୍କ ପାଇଁ ଟିକେ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ।
ମିଥୁନ: ମାସର ଆରମ୍ଭ ବ୍ୟସ୍ତତା ଭିତରେ କଟିବ। କ୍ୟାରିୟର କିମ୍ବା ବ୍ୟବସାୟ ଆଳରେ ଆପଣଙ୍କୁ କେଉଁଆଡ଼େ ଯାତ୍ରା କରିବାକୁ ପଡିପାରେ। ନୂତନ ସମ୍ପର୍କ ବୃଦ୍ଧି ହେବ। ଘରେ ଖୁସିର ବାତାବରଣ ଦେଖାଯିବ।
କର୍କଟ: ଏପ୍ରିଲ ମାସରେ ଆପଣ ସଫଳତା ପାଇବେ। ମାସ ଆରମ୍ଭରେ ଆପଣ ଘରେ ଏବଂ ବାହାରେ ସମସ୍ତଙ୍କ ସମର୍ଥନ ଓ ସହଯୋଗ ପାଇବେ। ବୈବାହିକ ଜୀବନ ସୁଖରେ କଟିବ। ଜୀବନସାଥୀଙ୍କ ସହ ଜଡିତ କୌଣସି ଭଲ ଖବର ମିଳିପାରେ।
ସିଂହ: ଏହି ମାସ ସିଂହ ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ। ଆପଣଙ୍କ ଇଚ୍ଛା ପୂରଣ ହେବ। ସମସ୍ତ ଉଦ୍ୟମ ସଫଳ ହେବ। ଆର୍ଥିକ ଲାଭର ସମ୍ଭାବନା ରହିଛି। ପରିବାରରେ ସୁଖର ପରିବେଶ ରହିବ। ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ।
କନ୍ୟା: କନ୍ୟା ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସ ମିଶ୍ରିତ ରହିବ। ଧନ ଲାଭ ଏବଂ ପ୍ରଗତି ପାଇଁ ସୁଯୋଗ ପାଇବେ। କିନ୍ତୁ ମାସର ମଧ୍ୟଭାଗରୁ କ୍ୟାରିୟର ଏବଂ ବ୍ୟବସାୟକୁ ନେଇ ଟିକିଏ ସାବଧା ରହିବାକୁ ପଡ଼ିବ।
ତୁଳା: ଏହି ମାସରେ ନିଜ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କୁ ଅତିରିକ୍ତ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଧନ ଲେଣଦେଣରେ ସାବଧାନ ରୁହନ୍ତୁ। ପ୍ରେମ ସମ୍ପର୍କରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ।
ବିଛା: ଏପ୍ରିଲ ମାସ ମିଶ୍ରିତ ହେବାକୁ ଯାଉଛି। ଅନେକ ସ୍ରୋତରୁ ଟଙ୍କା ଆପଣଙ୍କ ପାଖକୁ ଆସିବ, କିନ୍ତୁ ଖର୍ଚ୍ଚ ତା’ଠାରୁ ଅଧିକ ହେବ। ସାମାଜିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିପାରେ। ଏହି ସମୟରେ ପରିବାର ସହିତ ତୀର୍ଥଯାତ୍ରାର ସମ୍ଭାବନା ରହିଛି।
ଧନୁ: ଏହି ରାଶିର ଲୋକମାନଙ୍କୁ ଭାଗ୍ୟ ଉପରେ କମ୍ ଏବଂ କର୍ମ ଉପରେ ଅଧିକ ବିଶ୍ୱାସ କରିବାକୁ ପଡ଼ିବ। ଯୋଜନାବଦ୍ଧ କାର୍ଯ୍ୟ ଠିକ୍ ସମୟରେ କରିବା ପାଇଁ ଅଧିକ କଠିନ ପରିଶ୍ରମ କରିବେ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ପଡ଼ିବ।
ମକର: ମକର ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସ ଉତ୍ଥାନ-ପତନରେ ପରିପୂର୍ଣ୍ଣ ରହିବ। ତେଣୁ କୌଣସି ବି କ୍ଷେତ୍ରରେ ଆଗକୁ ବଢ଼ିବା ପୂର୍ବରୁ ବହୁତ ଚିନ୍ତା କରିବା ଉଚିତ୍। ଏହି ମାସରେ ହଠାତ୍ କିଛି ବଡ଼ ଖର୍ଚ୍ଚ ଆସିବା ଦ୍ୱାରା ବଜେଟ୍ ବିଗିଡ଼ିପାରେ।
କୁମ୍ଭ: ପୂର୍ବ ମାସ ତୁଳନାରେ ଏହି ମାସ ଅଧିକ ଶୁଭ ରହିବ। ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇବେ। ମାସ ମଧ୍ୟଭାଗରେ ହଠାତ୍ ପିକନିକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇପାରେ। ପ୍ରିୟ ଲୋକଙ୍କ ସହିତ ଖୁସିରେ ସମୟ ବିତାଇବାକୁ ସୁଯୋଗ ପାଇବେ।
ମୀନ: ମୀନ ରାଶି ଲୋକଙ୍କ ପାଇଁ ମାସଟି ମିଶ୍ରିତ ରହିବ। କୌଣସି କାର୍ଯ୍ୟକୁ ଆସନ୍ତାକାଲି ପାଇଁ ସ୍ଥଗିତ ରଖିବାଠାରୁ ଦୂରେଇ ରହିବା ଉଚିତ୍। ଆର୍ଥିକ ଲାଭର ଅବସର ମିଳିବ, କିନ୍ତୁ ଆପଣ ଏହାକୁ ସଠିକ୍ ଭାବେ ଉପଯୋଗ କରିପାରିବେ ନାହିଁ।