ୱେଟିଂ ଟିକେଟ୍ କେତେ ପ୍ରକାରର?

ରେଳ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତି ୱେଟିଂ ଟିକେଟ୍ ବିଷୟରେ ଜାଣିଥାନ୍ତି । ଟ୍ରେନରେ ଥିବା ସମସ୍ତ ସିଟ୍ ବୁକ ହେବା ପରେ ପାଖ ପାଖି ୨୦୦ ରୁ ୩୦୦ ୱେଟିଂ ଟିକେଟ୍ ଜାରି ହୋଇଥାଏ। ହେଲେ କ’ଣ ଆପଣ ଜାଣିଛନ୍ତି ଭାରତୀୟ ରେଳବାଇ ପକ୍ଷରୁ ୬ ପ୍ରକାରର ୱେଟିଂ ଲିଷ୍ଟ ଜାରି କରାଯାଇଥାଏ। ଏସବୁର ଫାଇଦା ଆପଣ ଉଠାଇଛନ୍ତି କି ? ରେଳ ବିଭାଗ ର ଥିବା ଜେନେରାଲ୍ ୱେଟିଂ ଟିକେଟ୍ ଏବଂ ତତ୍କାଳ ୱେଟିଂ ଟିକେଟ୍ ମଧ୍ୟରେ ପାର୍ଥକ୍ୟ ଜାଣିଛନ୍ତି କି ? ଆଜି ଏହି ଭିଡିଓ ରୁ ଜାଣନ୍ତୁ..

ଯଦି ଆପଣ ରେଳଯାତ୍ରାର କିଛି ଦିନ ପୂର୍ବରୁ ଟ୍ରେନ ଟିକେଟ୍ ବୁକିଂ କରାଉଥାନ୍ତି ଏବଂ ଆପଣଙ୍କ ଟିକେଟ ୱେଟିଂ ଲିଷ୍ଟ ରେ ଆସିଥାଏ, ତାହେଲେ ଆପଣଙ୍କ ଟିକେଟ ଉପରେ GNWL ବା General Waiting List ଲେଖା ଯାଇଥାଏ। ମାନେ ଯଦି ଆପଣଙ୍କ ଟିକେଟ୍ ଉପରେ GNWL15 ଲେଖାଯାଇଛି, ତାହେଲେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ପୂର୍ବରୁ ଆହୁରି ୧୪ ଜଣ ୱେଟିଂ ଲିଷ୍ଟରେ ଅଛନ୍ତି। ସେମାନଙ୍କର ଟିକେଟ୍ ଆପଣଙ୍କ ପୂର୍ବରୁ ଆସିବ। ସେହିଭଳି ତତ୍କାଳ ବର୍ଗରେ ଟିକେଟ୍ ବୁକ୍ କରିବା ପରେ ଆପଣଙ୍କ ଟିକେଟ୍ ଉପରେ TQWL ବା Tatkal Waiting List ଲେଖାଯାଇଥାଏ।

କେଉଁ ୱେଟିଂ ଲିଷ୍ଟ ଟିକେଟ୍ ପ୍ରଥମେ ହୋଇଥାଏ ?
ଜେନେରାଲ ୱେଟିଂ ଟିକେଟ ଉପରେ ପ୍ରଥମେ ପ୍ରାଥମିକତା ଦିଆଯାଏ। କାରଣ ଜେନେରାଲ ୱେଟିଂ ଲିଷ୍ଟ ରେ ରହିଥିବା ଟିକେଟ୍ ବାତିଲ ହେବାର ଅଧିକ ସମ୍ଭାବନା ରହିଥାଏ। ସେଥିପାଇଁ ପ୍ରଥମେ ଏହି ଟିକେଟ୍ ନିଶ୍ଚିତ ହୋଇଥାଏ। ହେଲେ ତତ୍କାଳ ୱେଟିଂ ବର୍ଗରେ ରହିଥିବା ଟିକେଟ୍ ନିଶ୍ଚିତ ହେବାର ସମ୍ଭାବନା ବହୁତ କମ୍ ରହିଥାଏ।

ଅନଲାଇନ୍ ତତ୍କାଳ ୱେଟିଂ ଟିକେଟ ଗୁରୁତ୍ୱପୂର୍ଣ୍ଣ କାହିଁକି ?

ଅନ-ଲାଇନ୍ ବୁକିଂରେ ମିଳିଥିବା ତତ୍କାଳ ୱେଟିଂ ଟିକେଟ ରେଳଯାତ୍ରୀଙ୍କ ଚାର୍ଟ ପ୍ରସ୍ତୁତି ହେବା ପର୍ଯ୍ୟନ୍ତ ଯଦି କନଫର୍ମ ହୁଏ ନାହିଁ, ତାହେଲେ ଏହି ଟିକେଟ ଅଟୋମେଟିକ ଭାବରେ ବାତିଲ ହୋଇଯିବ। ଅନ୍ ଲାଇନ୍ ତତ୍କାଳ ୱେଟିଂ ଟିକେଟ୍ ନେଇ ଆପଣ ଟ୍ରେନ ରେ ଯାତ୍ରା କରିପାରିବେ ନାହିଁ।

ଏବେ ଅନ୍ୟ ୪ ପ୍ରକାରର ୱେଟିଂ ଟିକେଟ୍ ସମ୍ପର୍କରେ ଜାଣନ୍ତୁ:

RLWL- Remote Location Waiting List: ଦୂର ଦୂରାନ୍ତ ରେଳ ଷ୍ଟେସନରୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏହି ୱେଟିଂ ଲିଷ୍ଟରେ ରଖଯାଏ ।

PQWL- Pooled Quota Waiting List: ଏଥିରେ କେବଳ ସେହି ଯାତ୍ରୀ ତାଲିକାରେ ଅନ୍ତର୍ଭୂକ୍ତ ହୋଇଥାନ୍ତି, ଯେଉଁମାନେ ଆରମ୍ଭ ଏବଂ ଶେଷ ଷ୍ଟେସନ ମଧ୍ୟରେ ଯାତ୍ରା କରିଥାନ୍ତି।

RSWL- Roadside Station Waiting List: ଯେତେବେଳେ କୌଣସି ଟ୍ରେନ ଟିକେଟ ଏହାର ଆରମ୍ଭ ରେଳଷ୍ଟେସନରୁ ଏହା ନିକଟରେ ଅବସ୍ଥିତ ରହିଥିବା ଷ୍ଟେସନ ପର୍ଯ୍ୟନ୍ତ ବୁକ୍ ହୋଇଥାଏ, ସେତେବେଳେ ସେହି ଟିକେଟ୍ ଉପରେ RSWL କୋଡ୍ ଲେଖାଯାଇଥାଏ। ଏପରି ଟିକେଟ୍ କନଫର୍ମ ହେବାର ସମ୍ଭାବନା ବହୁତ କମ୍ ରହିଥାଏ।

RAC- Reservation Against Cancellation: ଏପରି ଟିକେଟ ପାଇଥିବା ଯାତ୍ରୀଙ୍କୁ ଅଧା ବର୍ଥ ଦିଆଯାଏ। ହେଲେ ଏହି ଟିକେଟ୍ ଉପରେ ଦୁଇ ଜଣ ଯାତ୍ରୀ ଗୋଟିଏ ବର୍ଥ ମଧ୍ୟରେ ଏକାଠି ଯାତ୍ରା କରିଥାନ୍ତି। ଏହି ଟିକେଟ୍ କନଫର୍ମ ହେବାର ସମ୍ଭାବନା ଅଧିକ ରହିଥାଏ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp