୪୨ ବର୍ଷରେ ମହେନ୍ଦ୍ର ସିଂ ଧୋନି |

 ଗତ ଦୁଇ- ତିନି ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ଏପ୍ରିଲ ୨୪ ତାରିଖକୁ ସବୁଠାରୁ ସ୍ମରଣୀୟ ତାରିଖ କୁହାଯାଏ । ଏହି ଦିନ କ୍ରିକେଟ୍ ଭଗବାନ ନାମରେ ପରିଚିତ ମହାନ୍ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରାଯାଇଥାଏ । କିନ୍ତୁ ଆଜି ତାରିଖ ମଧ୍ୟ ଭାରତୀୟ କ୍ରିକେଟ୍ ପାଇଁ ବହୁତ ଖାସ । ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।

ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଇଥିବା ଧୋନି ଆଜି ନିଜର ୪୨ତମ ଜନ୍ମଦିନ ମନାଉଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ସେସବୁ ସଫଳତା ହାସଲ କରିଛି, ଯାହା ଦୁନିଆର କୌଣସି ଅଧିନାୟକ କରିପାରିନାହାନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ୨୦୦୪ରେ ଝାଡ଼ଖଣ୍ଡର ଏହି ୱିକେଟକିପର ବ୍ୟାଟର ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp