୩୫ ବର୍ଷରେ ପାଦ ଥାପିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଯାହାଙ୍କର ବହୁମୁଖୀ ଅଭିନୟ ଦକ୍ଷତା ପାଇଁ ସେ ବେଶ୍ ଜଣାଶୁଣା। ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୩୫ ବର୍ଷରେ ପାଦ ଥାପିଛନ୍ତି ଅନୁଷ୍କା। ଅନୁଷ୍କା ଶର୍ମା, ମେ ୧, ୧୮୮୮ ମସିହାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ସେ ଆର୍ମି ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ବାଙ୍ଗାଲୋରର ମାଉଣ୍ଟ କାର୍ମେଲ କଲେଜରୁ କଳା କ୍ଷେତ୍ରରେ ଉଚ୍ଚ ଅଧ୍ୟୟନ କରିଥିଲେ। ସ୍ନାତକୋତ୍ତର ସମାପ୍ତ କରିବା ପରେ, ସେ ମଡେଲିଂରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଇଣ୍ଡଷ୍ଟ୍ରିରେ ସୁଯୋଗ ଖୋଜିବା ପାଇଁ ସିଧା ମୁମ୍ବାଇ ଚାଲି ଆସିଥିଲେ ।

ସେ ୨୦୦୮ ମସିହାରେ ସେ ଶାହରୁଖ ଖାନଙ୍କ ବିପକ୍ଷରେ ରବ୍ ନେ ବନା ଦି ଯୋଡି ଫିଲ୍ମରେ ଡେବ୍ୟୁ କରିଥିଲେ। ଏହାପୂର୍ବରୁ ସେ ମଡେଲିଂ ଏବଂ ଅନେକ ଆଡ୍ ରେ ନଜର ଆସିଥିଲେ। ତେବେ ଅନୁଷ୍କାଙ୍କୁ ଶେଷ ଥର ପାଇଁ ଜିରୋ (୨୦୧୮) ରେ ଶାହରୁଖ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଦେଖିବାକୁ ମିଳିଥିଲେ। ସେ ଚଳିତ ବର୍ଷ ନେଟଫ୍ଲିକ୍ସ ଚଳଚ୍ଚିତ୍ର ଚାକଡା ଏକ୍ସପ୍ରେସ ରେ ଅଭିନୟ କରି ପୁଣି ବଲିଉଡ୍ କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେ ବାୟୋପିକରେ ପୂର୍ବତନ ଭାରତୀୟ କ୍ରିକେଟର ଜୁଲାନ ଗୋସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି।

ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ଅନୁଷ୍କା ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ଲୋକପ୍ରିୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତି ଡିସେମ୍ବର ୧୧, ୨୦୧୭ରେ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ଜାନୁଆରୀ ୧୧, ୨୦୨୧ରେ ଏକ କନ୍ଯା ସନ୍ତାନ ଜନ୍ମ ହୋଇଥିଲା। ଝିଅ ଭାମିକା ସହିତ ଏବେ ଖୁବ୍ ଖୁସି ଅଛନ୍ତି ଏହି ସେଲିବ୍ରିଟି କପଲ। ଖାଲି ସଫଳ କ୍ୟାରିୟର ନୁହେଁ ଅନୁଷ୍କା ଏବଂ ବିରାଟଙ୍କ ସମ୍ପର୍କ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ପ୍ରଶଂସକମାନଙ୍କ ଦ୍ବାରା ‘ବିରୁସ୍କା’ ଭାବରେ ଜଣାଶୁଣା ଏହି କପଲ୍। ଏହି ଦମ୍ପତିଙ୍କ ସୋସିଆଲ୍ ମିଡିଆରେ ପ୍ରାୟତଃ ନିଜର ବିଶେଷ ମୁହୂର୍ତ୍ତର ଫଟୋ ଗୁଡିକ ସେୟାର କରିଥାନ୍ତି। ଯାହା ଅତ୍ଯନ୍ତ ଆକର୍ଷଣୀୟ ହୋଇଥାଏ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp