୨୦୨୩ ବିଶ୍ୱକପ୍ ରେ ଯଶପ୍ରୀତ ବୁମ୍‌ରା ଖେଳିବା ନେଇ ସନ୍ଦେହ

ଭାରତୀୟ କ୍ରିକେଟ୍ ଟିମ୍‌ର ପ୍ରମୁଖ ପେସର୍ ଯଶପ୍ରୀତ ବୁମ୍‌ରାଙ୍କୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା। ତେବେ ଏ ଆଲୋଚନା ତାଙ୍କ ପ୍ରଦର୍ଶନକୁ ନେଇ ନୁହେଁ, ତାଙ୍କ ଆଘାତଜନିତ ଅନୁପସ୍ଥିତିକୁ ନେଇ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ – ୨୦୨୩ ବିଶ୍ୱକପ୍ରେ ଖେଳିପାରିବେ ତ ବୁମ୍‌ରା?

ଦିନିକିଆ ବିଶ୍ୱକପ୍ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବ। କିନ୍ତୁ ଏବେ ଠାରୁ ବୁମ୍‌ରାଙ୍କ ଖେଳିବା ନେଇ ଆଶଙ୍କା ପ୍ରକଟ କରିବା ଅମୂଳକ ନୁହେଁ। ଏବେ କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ ଯେ ସେ ବିଶ୍ୱକପ୍‌ରେ ନିଶ୍ଚୟ ଖେଳିବେ।

ବୁମ୍‌ରା ଅନେକ ଦିନ ହେଲା ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ସେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ଓ ଜୁନ୍‌ରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରୁ ବାଦ୍ ପଡ଼ିଛନ୍ତି। ଭାରତ ଅବଶ୍ୟ ଏ ଯାବତ ଟେଷ୍ଟ ଚାମ୍ପିଅନ୍‌ସିପ୍ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରି ନାହିଁ । ଭାରତୀୟ ଟିମ୍ ମ୍ୟାନେଜ୍‌ମେଣ୍ଟ ଆଶା କରୁଛି ଯେ ଦିନିକିଆ ବିଶ୍ୱକପ୍ ବେଳକୁ ବୁମ୍‌ରା ଫିଟ୍‌ନେସ୍ ହାସଲ କରିସାରିଥିବେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp