୨୦୨୩ରେ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ବି କମ୍ ହେବ

୨୦୨୩ରେ ଦେଶରେ ସ୍ୱାଭାବିକ ଠାରୁ କମ ହେବ ମୌସୁମୀ ବର୍ଷା । ଛଅ ପ୍ରତିଶତ କମ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ଲଙ୍ଗ ପରିୟଡ ଆଭରେଜ ବା LPA ୯୪ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏଲନିନୋ ପ୍ରଭାବରେ ଦେଶରେ ବର୍ଷା କମିବ ବୋଲି ସ୍କାଏମେଟ୍‌ ଆକଳନ କରିଛି । ଦେଶର ପଶ୍ଚିମ ଓ ଉତ୍ତରାଞ୍ଚଳରେ କମ ବର୍ଷା ହେବ । କେନ୍ଦ୍ରୀୟ ଓ ପୂର୍ବାଞ୍ଚଳରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ । ତେବେ କେରଳ ଓ କର୍ଣ୍ଣାଟକକୁ ଛାଡି ଦେଶର ଦକ୍ଷିଣ ଭାଗରେ ସ୍ୱାଭାବିକ ବର୍ଷା ନେଇ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶର ମୌସୁମୀ ବର୍ଷା ହୋଇଥାଏ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp