୧୯ରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ |

ଆସନ୍ତା ୧୯ ତାରିଖରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଚାଲିଛି ପ୍ରସ୍ତୁତି । ଉପନିର୍ବାଚନ ବେଳେ ବିଜେଡି ପକ୍ଷରୁ ପଦ୍ମପୁର ବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ଉପନିର୍ବାଚନରେ ବିଜେଡିର ବୃହତ୍‌ ବିଜୟ ହୋଇଥିବା ବେଳେ ଏବେ ପ୍ରତିଶ୍ରୁତି ପୂରଣ ପାଇଁ ନିଆଯାଉଛି ପଦକ୍ଷେପ । ୨୦୨୩ରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବେ ସେ ଦିଗରେ ପ୍ରକ୍ରିୟା ଚାଲିଛି ।

ଏଭିତରେ ବରଗଡ଼ ଜିଲ୍ଲା ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନୀତ କରାଯାଇଛି । ଫଳରେ ପାଇକମାଳ ଅଞ୍ଚଳର ଲୋକଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ପଦ୍ମପୁରରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବଡ଼ ଯୋଜନା ଆସିପାରେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp