୧୭ ବର୍ଷ ପରେ ବି କାହିଁକି ଖାଲିପଡିଛି ପରବୀନ ବାବିଙ୍କ ଫ୍ଲାଟ୍ !
ଆଜି ବି ଖାଲିପଡିଛି ପରବୀନ ବାବିଙ୍କ ଫ୍ଲାଟ୍ । ମୃତ୍ୟୁର ୧୭ ବର୍ଷ ପରେ ବି ଫ୍ଲାଟକୁ କିଣିବାକୁ ରାଜି ହେଉନାହାନ୍ତି କେହି । ଫ୍ଲାଟରେ ଯିଏବି ରହିବାକୁ ଚାହୁଁଚି, ସେମାନଙ୍କୁ ଅଜବ ପ୍ରକାରର ବିଚାର ଆସୁଛି । ପରବୀନ ବାବି ଫିଲ୍ମ ଇଣ୍ଡଷ୍ଟ୍ରୀର ବିନ୍ଦାସ ଅଭିନେତ୍ରୀ । ଦର୍ଶକେ କେବଳ ତାଙ୍କ ଅଭିନୟ ନୁହେଁ ବରଂ ସୁନ୍ଦରତାରେ ପାଗଳ ଥିଲେ । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ କି, ପରବୀନ ବାବିଙ୍କ ମୃତଦେହ ତାଙ୍କ ନିଜ ଫ୍ଲାଟରେ ମିଳିଥିଲା । ଆଉ ଦୀର୍ଘ ୧୭ ବର୍ଷ ହେଲାଣି ସେହି ଫ୍ଲାଟ ଖାଲିପଡିଛି ।
ମୁମ୍ବାଇର ଜୁହୁ ବିଚରେ ରିବେରା ବିଲଡିଂର ୭ମ ମହଲା ଫ୍ଲାଟରେ ରହୁଥିଲେ ପରବୀନ ବାବି । ସେହି ରୁମର ବାଲକୋନୀରେ ବସି ସମୁଦ୍ରର ମଜା ନେଉଥିଲେ । ପରବୀନ ବାବି ସ୍ରିଜୋଫେନିଆ ରୋଗରେ ପୀଡିତ ଥିଲେ । ତାଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଯାହା ପାଇଁ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁର ୩ ଦିନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ମୃତଦେହ ସେହି ଘରେ ପଡି ରହିଥିଲା । ଖବର କାଗଜ ବାଂଟୁଥିବା ବ୍ୟକ୍ତି ଜାଣିବାକୁ ପାଇଥିଲେ କି ୩ ଦିନ ହେଲାଣି ଅଭିନେତ୍ରୀ ଜଣକ ନ୍ୟୁଜପେପର ନେଉନାହାନ୍ତି । ଏହାପରେ ଫ୍ଲାଟକୁ ଖୋଲାଯାଇଥିଲା । ଆଉ ତାଙ୍କ ମୃତଦେହକୁ ଜବତ କରାଯାଇଥିଲା ।
ଏହି ଫ୍ଲାଟ ବିକ୍ରି ପାଇଁ ରହିଥିବା ବେଳେ କେହି କିଣୁ ନାହାନ୍ତି । ଆଉ ଏହି ଫ୍ଲାଟରେ ରହିବାକୁ ହେଲେ ମାସକୁ ୪ ଲକ୍ଷ ଟଙ୍କା ଦେବାକୁ ପଡିବ । ତେଣୁ ଏହି ଫ୍ଲାଟ୍ ଆଜିଯାଏ ଖାଲିପଡିଛି ।