୧୦ ଘଣ୍ଟା ଭିଡିଓ ଦେଖିଲେ ପାଇବେ ୧୦୦ ଡଲାର।

ଆଜିକାଲି ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି ଯୁବପିଢ଼ି । ଚାଟ କରିବା ପାଇଁ ହେଉ ବା ବିଭିନ୍ନ ବିଷୟରେ ସର୍ଚ୍ଚ କରିବା ପାଇଁ ହେଉ କିମ୍ବା ଟିକ୍‌ ଟକ୍‌ ଭିଡିଓ ବନାଇବା ପାଇଁ ହେଉ । ହେଲେ ଆପଣଙ୍କ ପାଇଁ ଏବେ ଏକ ମଉକା ନେଇ ଆସିଛି ଏହି କମ୍ପାନୀ । ଯଦି ଆପଣ ୧୦ ଘଣ୍ଟା ପାଇଁ ଟିକ୍‌ ଟକ୍‌ ସ୍କ୍ରୋଲ କରନ୍ତି ତ ଏକ କମ୍ପାନି ଆପଣଙ୍କୁ ୧୦୦ ଡଲାର ଦେବ ।ଇନଫ୍ଲୁଏନସର ମାର୍କେଟିଂ ଏଜେନ୍ସି Ubiquitous ୧୦ ଘଣ୍ଟା ପାଇଁ ଟିକଟକ୍‌ ଦେଖୁଥିବା ୩ ଲୋକଙ୍କୁ ପ୍ରତି ଘଣ୍ଟା ୧୦୦ ଡଲାର ଦେବାକୁ ଘୋଷଣା କରିଛି । ଏହାଦ୍ୱାରା ଅନଲାଇନରେ ରହିବା ଟ୍ରେଣ୍ଡ ବୃଦ୍ଧି ପାଇବ ବୋଲି କମ୍ପାନି ପ୍ରକାଶ କରିଛି ।ଟିକଟକ୍‌ ଏକ ଭିଡିଓ ସେୟାରିଂ ସୋସିଆଲ ମିଡିଆ ଆପ୍‌ । ଯାହାର ମାଲିକାନା ବେଜିଂ ସ୍ଥିତ ଟେକ କମ୍ପାନି ByteDance ପାଖରେ ରହିଛି । ଟିକଟକ ଏକ ନୂଆ ବ୍ୟବସ୍ଥା କରିଛି ଯେଉଁଠି କଣ୍ଟେଣ୍ଟ କ୍ରିଏଟରସକୁ ପୁରସ୍କୃତ କରାଯିବ ।

ଭିଡିଓ ଦେଖିବା ଚାକିରି ପାଇଁ କେମିତି କରିବେ ଆବେଦନ :

  • ପ୍ରଥମେ ୟୁଟୁବରେ Ubiquitous କୁ ସବସ୍କ୍ରାଇବ କରନ୍ତୁ । ଏଥିରେ ଆପଣ ସଂକ୍ଷିପ୍ତରେ କ’ଣ ପାଇଁ ଏଥିପାଇଁ ଯୋଗ୍ୟ ଲେଖିବେ ।
  • ତେବେ ମାର୍କେଟିଂ ଏଜେନ୍ସି ପାଇଁ ୧୮ ବର୍ଷ ବା ତହିଁରୁ ଉର୍ଦ୍ଧ୍ୱ ହେବା ଦରକାର ।
  • ଭିଡ଼ିଓ ଦେଖିବା ପରେ ପ୍ରତିଯୋଗୀଙ୍କୁ ସୋସିଆଲ ମିଡିଆରେ ନିଜର ଅନୁଭବ କମ୍ପାନୀ ଟ୍ୟାଗରେ ସେୟାର କରିବାକୁ ହେବ ।
  • ଆବେଦନ କରିବାର ଶେଷ ତାରିଖ ୩୧ ମଇ । ଆବେଦନ ସମୟସୀମାର ୭ ଦିନ ପରେ ପ୍ରାର୍ଥୀଙ୍କୁ ତାଙ୍କର ଆବେଦନ ଷ୍ଟାଟସ ସମ୍ପର୍କରେ ଜଣାଇ ଦିଆଯିବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp