ହୋଲି ବାହାନାରେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ |
ହୋଲି ସମୟରେ ଜଣେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଘଟଣାରେ ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରିଥିବା କଥା ଦିଲ୍ଲୀ ପୁଲିସ କହିଛି।ପୁଲିସ କହିବା ଅନୁସାରେ, ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଏହି ତରୁଣମାନେ ଉକ୍ତ ଜାପାନୀ ମହିଳା ସହିତ ଅସଦାଚରଣ କରିଥିଲେ। ସେ ସମୟର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେମାନଙ୍କୁ ଧରାଯାଇଛି।
ପୋଲିସ କହିବା ଅନୁସାରେ, ହୋଲି ଦିନ ଦିଲ୍ଲୀର ପାହାଡଗଂଜରେ ରହୁଥିବା ଜଣେ ଜାପାନୀ ମହିଳାଙ୍କ ଉପରେ ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଏହି ଏମାନେ ଜାପାନୀ ମହିଳା ସହିତ ଅସଦାଚରଣ କରିଥିଲେ। ସେ ସମୟର ଦୃଶ୍ୟ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହେବା ପରେ ସେମାନଙ୍କୁ ଧରାଯାଇଛି। ଧରାପଡ଼ିଥିବା ୩ ଯୁବକ ଦୋଷ ସ୍ବୀକାର କରିଛନ୍ତି ବୋଲି ପୋଲିସ କହିଛି ।