ହିନ୍ଦୀ ଭାଷାରେ ରିଲିଜ ହେବାକୁ ଯାଉଛି ମାଲାୟଲମ ଫିଲ୍ମ ‘୨୦୧୮’
ହିନ୍ଦୀ ଭାଷାରେ ରିଲିଜ ହେବ ମାଲାୟଲମ ଫିଲ୍ମ ‘୨୦୧୮’ । ଫିଲ୍ମଟି ସମ୍ପୂର୍ଣ୍ଣ ସତ ଘଟଣା ଉପରେ ଆଧାରିତ । ଫିଲ୍ମର କାହାଣୀଠୁ ଆରମ୍ଭ କରି ନିର୍ଦ୍ଦେଶନା ବେଶ ଅଧିକ ପ୍ରଶଂସା ସାଉଁଟୁଛି । ତୋବିନୋ ଥୋମାସ ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପ୍ରଥମ ତିନି ଦିନରେ ପ୍ରାୟ ୯ କୋଟି ଉପରେ ବ୍ୟବସାୟ କରିଛି ଏହି ସିନେମା ।ଏପରିକି ଏହି ସିନେମାର କଳାକାର ମାନଙ୍କ ଅଭିନୟ ଦର୍ଶକଙ୍କ ମନକୁ ଅଧିକ ମାତ୍ରାରେ ଛୁଇଁ ପାରିଛି