ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ରେକର୍ଡ |
ଭାରତୀୟ କ୍ରିକେଟ ଟିମର ଏକ ନୁଆ ରେକର୍ଡ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୫ ମିଲିୟନ ଫଲୋୟର୍ସ ପାର କରିଛି।ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୫ ମିଲିୟନ ଫଲୋୟର୍ସ ପାର କରିଛି। ଆଉ ହାର୍ଦ୍ଦିକ ୨୫ ମିଲିୟନ ଫଲୋୟର୍ସ ପାର କରି ଦୁନିଆର ସବୁଠୁ ଯୁବ କ୍ରିକେଟର ହୋଇଛନ୍ତି ।
ସମଗ୍ର ବିଶ୍ୱରେ ହାର୍ଦ୍ଦିକଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା, ରାଫେଲ ନାଡାଲ, ରୋଜର ଫେଡେରର ଓ ଇରଲିଙ୍ଗ ହାଲାଣ୍ଡ ଭଳି ବିଶ୍ୱସ୍ତରୀୟ ଖେଳାଳିଙ୍କ ତୁଳନାରେ ହାର୍ଦ୍ଦିକଙ୍କ ଫଲୋୟର୍ସଙ୍କ ସଂଖ୍ୟା ଅଧିକ ରହିଛି।ଆଜି ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ମିଲିୟନ ଛୁଇଁବାରୁ ହାର୍ଦ୍ଦିକ ଗୋଟିଏ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଓ ଭଲ ପାଇବା ଜଣାଇଛନ୍ତି। ବର୍ଷ ବର୍ଷ ଧରି ଫ୍ୟାନ୍ସ ଦେଉଥିବା ଭଲ ପାଇବା ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି।