ହଷ୍ଟେଲ ରୁମରେ ଛାତ୍ରୀଙ୍କ ଆତ୍ମହତ୍ୟା ।

ପୁଣି ଜଣେ ଛାତ୍ରୀଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା । ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ ଘଟିଛି ଘଟଣା । BSc Data Science ର ଦ୍ଵିତୀୟ ବର୍ଷ ଛାତ୍ରୀ ଅର୍ଚ୍ଚନା ଦାସ । ମିଳିଥିବା ସୂଚନା ଅନୁଯାଇ କେନ୍ଦୁଝରରୁ ଆସି ଅର୍ଚ୍ଚନା ଏଠି ପାଠ ପଢ଼ୁଥିଲେ ।

ଗତକାଲି ପରୀକ୍ଷା ଦେଇ ଆସିବା ପରେ ରୁମ୍ ଭିତରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ବିନା ପୋଲିସ ଉପସ୍ଥିତିରେ ଓ ବିନା ପରିବାର ଲୋକଙ୍କ ଉପସ୍ଥିତିରେ ଅର୍ଚ୍ଚନାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତାକୁ ଦାୟୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp