ହଟ୍ ଏୟାର ବେଲୁନରେ ନିଆଁ ଲାଗି ମଝି ଆକାଶରେ ଜଳିଲେ ଯାତ୍ରୀ
ମେକ୍ସିକୋରେ ହଟ୍ ଏୟାର ବେଲୁନ ଉଡୁଥିବା ବେଳେ ହଠାତ୍ ମଝି ଆକାଶରେ ଲାଗିଗଲା ନିଆଁ । ଏହି ଘଟଣା ଯୋଗୁଁ ୨ ଜଣଙ୍କର ଜୀବନ ଚାଲିଯାଇଛି । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏପ୍ରିଲ ୧ ତାରିଖରେ ମେକ୍ସିକୋରେ ହେଉଥିବା ପ୍ରସିଦ୍ଧ ଟିୟୋତିହୁଓକେନ ପର୍ଯ୍ୟଟନ ସ୍ଥଳରେ ଉଡୁଥିବା ହଟ୍ ଏୟାର ବେଲୁନରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ କିଛି ଯାତ୍ରୀ ବେଲୁନରୁ ଡେଇଁ ପଡିଥିବା ବେଳେ ୨ ଜଣ ପୋଡି ଯାଇଥିଲେ ।
ଖବର ମୁତାବକ, ମେକ୍ସିକୋରେ ହେଉଥିବା ପ୍ରସିଦ୍ଧ ଟିୟୋତିହୁଓକେନ ପର୍ଯ୍ୟଟନ ସ୍ଥଳରେ ଉଡୁଥିବା ହଟ୍ ଏୟାର ବେଲୁନରେ ମଝି ଆକାଶରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କିଛି ଯାତ୍ରୀ ଡେଇଁ ପଡିଥିଲେ । ଆଉ ୨ ଜଣ ପୋଡି ଯାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ୩୯ ବର୍ଷୀୟ ମହିଳା ଓ ଆଉ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଥିବା ଜଣାପଡିଛି । ସେମାନଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାରେ ଜଣେ ପିଲାର ମୁହଁ ପୋଡିଯାଇଛି । ଏହାସହିତ ଡାହାଣ ଗୋଡ ଭାଙ୍ଗିଯାଇଛି ।
ଏପର୍ଯ୍ୟନ୍ତ ଜଣାପଡିନାହିଁ କେତେ ଜଣ ଯାତ୍ରୀ ବେଲୁନରେ ଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ ହେଉଛି । ବେଲୁନରେ ନିଆଁ ଲାଗିବା ଯୋଗୁଁ ଯାତ୍ରୀ ଡେଇଁ ପଡିଥିଲେ ।ଟିୟୋତିହୁଓକେନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ । ପୂର୍ବ କଲମ୍ବିୟା କାଳର ଏହା ଜୀବିତ ସ୍ମାରକ ।