ସ୍ୱାମୀ ର ଶାବଳ ମାଡରେ ସ୍ତ୍ରୀ ର ମୃତ୍ୟୁ।
ଗତକାଲି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଦୁଃଖଦ ଘଟଣା। ସ୍ତ୍ରୀ କୁ ମାରିଲା ପାଗଳ ସ୍ବାମୀ ।ବିଳମ୍ୱିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇଛି ସ୍ବାମୀ ଅଜୟ ଓଝା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟକୁରା ଥାନା ଅଧୀନରେ ଥିବା ମଙ୍ଗରାଜପୁର ପଞ୍ଚାୟତ ମଧୁସୂଦନପୁର ଗ୍ରାମରେ । ସେହି ଗ୍ରାମର ଅଜୟ ଓଝା ବୟସ ପାଖାପାଖି ୬୫ ହୋଇଥିବାବେଳେ ତାଙ୍କ ସ୍ତ୍ରୀ କମଳା ଓଝା ଙ୍କ ବୟସ ୬୦ବର୍ଷ ବୋଲି ଜଣା ପଡ଼ିଛି । ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ମଧ୍ୟ ଗତ କିଛିଦିନ ହେବ ମାନସିକ ସନ୍ତୁଳନ ହରାଇଥିଲେ ବୋଲି ପଡୋଶୀ କହିଛନ୍ତି । ବର୍ତମାନ ସ୍ଥାନୀୟ ପାଟକୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସାବଳ କୁ ଜବତ୍ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସ୍ବାମୀ ଅଜୟ ଓଝା ନିଜେ ସାବଳରେ ସ୍ତ୍ରୀ କମଳା କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଛି । ହେଲେ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ