ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ ଘଟଣାରେ ୫ ଗିରଫ
ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ପାଖରେ ହୋଇଥିବା ବିସ୍ଫୋରଣ ଘଟଣାରେ ୫ ଜଣକୁ ଗିରଫ କରିଛି ଅମୃତସର ପୋଲିସ । ପାଞ୍ଚ ଦିନରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ହେଲାଣି ୩ଟି ବିସ୍ଫୋରଣ । ଗତ କାଲିରାତି ୧ଟା ରେ ଗଲିୟାରା ସ୍ଥିତ ଶ୍ରୀ ଗୁରୁ ସରାୟ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଲୋକେ ଘରୁ ବାହାରି ଆସିଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଏହି ମାମଲାରେ ଆଜି ପ୍ରେସ କନଫରନ୍ସେ କରିବେ । ଗିରଫ ହୋଇଥିବା ସମସ୍ତ ଲୋକ ପଞ୍ଜାବର ବୋଲି ଜଣାପଡିଛି । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ସାମିଲ ରହିଛନ୍ତି ।