ସ୍ବାଭିମାନ ଅଞ୍ଚଳର ଗଡ଼ିଲା ପ୍ରଥମ ସରକାରୀ ବସ୍ |

ପ୍ରଥମ କରି ମାଲକାନଗିରି ଜିଲ୍ଲାର ଲାଲ୍ ଗଡ଼ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ବସ। ମାଲକାନଗିରି ଠାରୁ ପଣସପୁଟକୁ ଆଜି ଠାରୁ ସରକାରୀ ବସର ଶୁଭାରମ୍ଭ ହେଲା। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଏହାର ଶୁଭାରମ୍ଭ କରିଛନ୍ତି। ଏଣିକି ସ୍ଵାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଆଉ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ । ସରକାରୀ ବସ୍‌ରେ ବସି ସିଧା ମାଲକାନଗିରି ଠାରୁ ପଣସପୁଟ ପର୍ଯ୍ୟନ୍ତ ଆସି ପାରିବେ ଲୋକେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp