ସ୍ନାନ ବେଦୀଲେ ମହାପ୍ରଭୁ ଜଗନ୍ନାଥ |

ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଛି। ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ପୂର୍ବରୁ ସୁନାକୁଅ ବି ଶୋଧ ହୋଇ ସାରିଛି। ଆଜି ପବିତ୍ର ସ୍ନାନ ପୁର୍ଣ୍ଣିମା। ଭୋରୁ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଛି। ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ପୂର୍ବରୁ ସୁନାକୁଅ ବି ଶୋଧ ହୋଇ ସାରିଛି।

ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପାଇଁ ଟ୍ରାଫିକ ପରାମର୍ଶ । ଭୁବନେଶ୍ୱର ଓ କୋଣାର୍କରୁ ନିୟମିତ ଯାତ୍ରୀବାହୀ ବସଗୁଡ଼ିକର ମ୍ୟୁନିସିପାଲିଟି ବସ୍‌ଷ୍ଟାଣ୍ଡକୁ ପ୍ରବେଶ ପାଇଁ କୌଣସି ପ୍ରତିବଦ୍ଧ ନାହିଁ । ଭୁବନେଶ୍ୱର ଓ କୋଣାର୍କ ବ୍ୟତୀତ ଅନ୍ୟ ସ୍ଥାନରୁ ଆସୁଥିବା ବସ୍‌ଗୁଡ଼ିକ ସେମାନଙ୍କ ରାସ୍ତା ଅନୁସାରେ ପରିବର୍ତ୍ତନ କରାଯିବ । ପୁରୀ ଟାଉନ୍‌ର ନିୟମତି ବସ୍‌ ଓ ଅଟୋରିକ୍ସାକୁ ବଡ଼ଦାଣ୍ଡର ମାଜଣା ଜାଗା ପର୍ଯ୍ୟନ୍ତ ଅନୁମତି ଦିଆଯିବ । ଦୁଇ ଚକିଆ ଯାନଗୁଡ଼ିକୁ ମାର୍କେଟ ଛକଠାରୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ପାର୍କିଂ ପାଇଁ ଅନୁମତି ଦିଆଯିବ ଏବଂ ପୂର୍ଣ୍ଣ ହେଲା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ । କାର ଗୁଡ଼ିକୁ ଜଗନ୍ନାଥ ବଲ୍ଲଭ, ବଗଲା ଧର୍ମଶାଳା, ଶରଧାବାଲି, ବ୍ଲୁ ଫ୍ଲାଗ ବିଚ୍‌ ଏବଂ ହୋଟେଲ ନୀଳାଚଳ ଅଶୋକ ଠାରେ ପାର୍କିଂ କରାଯିବ ଏବଂ ପୂର୍ଣ୍ଣ ହେଲା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ । ଆଜି ସ୍ନାନପୂର୍ଣ୍ଣିମା ଶେଷ ହେବା ପର୍ଯ୍ୟନ୍ତ ଯାନବାହାନଗୁଡ଼ିକର ଯାତାୟତ ଟ୍ରାଫିକ ନିୟମାନୁସାରେ ହେବ । ଯାତାୟତ ପ୍ରବାହକୁ ଦେଖି ଟ୍ରାଫିକ ନିୟମକୁ କୋହଳ କରାଯାଇପାରେ । ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ଜଗାବଳିଆ ଲଜ୍‌ ପର୍ଯ୍ୟନ୍ତ ଯାନବାହନ ଶୂନ୍ୟ ଅଞ୍ଚଳ ସୁନିଶ୍ଚିତ କରାଯାଇଛି । ଯେକୌଣସି ସହାୟତା ପାଇଁ ଆବଶ୍ୟକ ହେଲେ ପୁରୀ ପୋଲିସର ୨୪ ଘଣ୍ଟିଆ ହେଲ୍‌ପଲାଇନ ନମ୍ବର- ୬୩୭୦୯୬୭୧୦୦ରେ ଯୋଗାଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp