ସ୍କୁଲ ପିଲାଙ୍କୁ ବି ଦିଆଯିବ ନୋଟ୍ ବୁକ୍ :ସରକାରୀ ।
ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଘରୋଇ ସ୍କୁଲ ଭଳି ଦିଆଯିବ ନୋଟ ବୁକ। ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ ବୁକ ରେ ଉଲ୍ଲେଖ ରହିବ।ଗତକାଲି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ବଜେଟ୍ ଉପସ୍ଥାପନ ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତୁ, ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଘରୋଇ ସ୍କୁଲ ଭଳି ଦିଆଯିବ ନୋଟ ବୁକ। ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ ବୁକ ରେ ଉଲ୍ଲେଖ ରହିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।ଯାହା ଫଳରେ ଅଭିଭାବକ ମାନେ ଜାଣିପାରିବେ ପିଲା କଣ ପଢୁଛି। ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ରୁ ହେବ। ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି।