ସୌମ୍ୟ ମାରୁଛନ୍ତି ବିଜେଡିକୁ ତେରଛା
ଦଳର ମଙ୍ଗ ଧରିଥିବା ବିଜେଡିର ଟାଣୁଆ ନେତାଙ୍କୁ ନେଇ ହେଉଛି ଚର୍ଚ୍ଚା ଆଉ ଆଲୋଚନା । 2024 ନିର୍ବାଚନ ପୂର୍ବରୁ କିଛି ଘଟିବ ନାହିଁ ତ ? ଏ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ବିଜେଡିର ଗେଲ୍ହା ପୁଅ କୁହାଯାଉଥିବା ସୌମ୍ୟ ପଟ୍ଟନାୟକଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହେଉଛି ସନ୍ଦେହ । କାରଣ ଯେତେବେଳେ ସୌମ୍ୟ ପଟ୍ଟନାୟକ ମୁହଁ ଖୋଳୁଛନ୍ତି ସେତେବେଳେ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଯାହାକୁ ନେଇ ତେଜୁଛି ରାଜନୀତି । ଭିତରେ ଭିତରେ ଚାଲିଛି କି କିଛି ଷଡ଼ଯନ୍ତ୍ର । 2024 ନିର୍ବାଚନ ପୂର୍ବରୁ ଦଳରୁ ଡିଆଁ ମାରିବେ କି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଦର୍ଶକ ବନ୍ଧୁ ଏ ପ୍ରଶ୍ନ ଆମର ନୁହେଁ ଏ ପ୍ରଶ୍ନ ହେଉଛି ସାଧାରଣ ଲୋକଙ୍କର । ଆଉ ଏ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଏଥିପାଇଁ ସୃଷ୍ଟି ହେଉଛି କି ଯେତେବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁହଁ ଖୋଲୁଛନ୍ତି ସେତେବେଳେ ଦଳକୁ ମାରୁଛନ୍ତି ତେରଛା ବାଣ । ଆଉ ଏହି ସମୟରେ ଲୋକେ କହୁଛନ୍ତି କି ବିଜେଡି ସୌମ୍ୟ ପଟ୍ଟନାୟକଙ୍କୁ କଣ ଠେସା କରି ନାହିଁ ତ ଯେଉଁଥି ପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭିତରେ ଭିତରେ ଜଳି । ପ୍ରତ୍ୟକ୍ଷ ରେ ନହେଲେ ବି ପରୋକ୍ଷରେ ଜଳାଉଛନ୍ତି । ନିକଟରେ ଏମିତି ଘଟଣା ଘଟି ଯାଇଛି ଯେଉଁଥିରେ ଏହି ଟାଣୁଆ ନେତା ନିଜ ମନ୍ତବ୍ୟରେ ଦଳକୁ କେଉଁଠି ନା କେଉଁଠି ହାଲକେଇ ତେରଛା ବାଣ ମାରିବାକୁ ପଛାଉ ନାହାଁନ୍ତି । ତେବେ ଏହି ସବୁ ଘଟଣାକୁ ଯେତେବେଳେ ସାଧାରଣ ଲୋକେ ଅନୁଧ୍ୟାନ କରୁଛନ୍ତି ସେତେବେଳେ ଲୋକେ କହୁଛନ୍ତି ଭିତରେ ଭିତରେ କିଛି ନା କିଛି ଚାଲିଛି । ହେଲେ ବାସ୍ତବରେ କଣ ଘଟିଛି ତାହା ତ ଦଳ ଆଉ ନେତା ଜାଣି ଥିବେ । ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏପରି ମନ୍ତବ୍ୟ ପଛରେ କେଉଁ ଉଦ୍ୟଶ ଅଛି ତାହା ସମୟ କହିବ ।