ସୋମାଲିକା ଭେଟିଲେ ବିରୋଧୀ ଦଳ ନେତାଙ୍କୁ

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା ଦାଶ। ସୋମାଲିକା ହେଉଛନ୍ତି ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ। ସେ ବିରୋଧୀଦଳ ନେତାଙ୍କୁ ଭେଟି ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଅବଗତ କରାଇଛନ୍ତି। ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ସେ ଆଜି ବିରୋଧ ଦଳ ନେତାଙ୍କୁ ଭେଟିଛନ୍ତି ବୋଲି ଜଣାପଡ଼ିଛି।
ବିରୋଧୀଦଳ ନେତାଙ୍କୁ ଭେଟିବା ପରେ ସୋମାଲିକା କହିଛନ୍ତି, ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି। ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଜେଡି ସଦସ୍ୟ ଥିବାରୁ ବିଜୟଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୁଲିସ ଓ କୋର୍ଟରେ ଚକର କାଟୁଛି ବୋଲି ସୋମାଲିକା କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜୟ ଶଙ୍କରଙ୍କ ବିରୋଧରେ କରିଥିବା ଅଭିଯୋଗ ନେଇ ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହେବାକୁ ୧୯ ଦିନ ପୂରିଲାଣି। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ବିଜେଡିରେ ସମସ୍ତେ କ୍ଲିନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି କହି କଟାକ୍ଷ କଲେ ସୋମାଲିକା। ନ୍ୟାୟ ପାଇଁ ବିରୋଧୀଦଳ ନେତାଙ୍କୁ ଭେଟି ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp