ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଖବର ମୁତାବକ, ଭାରତ-ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ମ୍ୟାଚ ଖେଳାଯିବ । ଏସିଆ କପ୍ ୨୦୨୩ ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ଖେଳାଯିବ । ଫାଇନାଲ ମ୍ୟାଚ୍ ୧୭ ସେପ୍ଟେମ୍ବରରେ କଲୋମ୍ବୋରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ । ଏସିଆ କପ୍ ମ୍ୟାଚ ଦ୍ୱିପ୍ରହର ୧.୩୦ ମିନିଟରେ ହେବ । ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ, ପାକିସ୍ତାନ ଏବଂ ନେପାଳକୁ ଗ୍ରୁପ ଏରେ ରଖାଯାଇଛି । ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନକୁ ଗ୍ରୁପ ବିରେ ରଖାଯାଇଛି ।
ଚଳିତଥର ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଟିମ୍ ଅତିକମରେ ପରସ୍ପର ସହିତ ୨ ଥର ସାମ୍ନାସାମ୍ନି ହେବେ । ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି ୨୦ ବିଶ୍ୱକପ ୨୦୨୨ ପରେ ଏହା ପ୍ରଥମ ମ୍ୟାଚ୍ ହେବ, ଯେଉଁଥିରେ ଦୁଇଟି ଦେଶ ପରସ୍ପର ବିପକ୍ଷରେ ଖେଳିବ । ଗତଥର ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ଏଥର କିନ୍ତୁ ଦିନିକିଆ ବିଶ୍ୱକପ ହେବା ଯୋଗୁଁ ଏସିଆ କଫ୍ ଦିନିକିଆ ଫର୍ମାଟରେ ଖେଳାଯିବ ।