ସେକ୍ସ ରାକେଟରେ କରୁଥିଲେ ବଲିଉଡ ଅଭିନେତ୍ରୀ :ପର୍ଦ୍ଦାଫାଶ ପରେ ଅଭିନେତ୍ରୀ ଗିରଫ
ହିନ୍ଦୀ ସିନେ ଜଗତରେ ବର୍ତ୍ତମାନ କଳଙ୍କର ଗାର ଟାଣି ହୋଇଯାଇଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚାଲିଛି ସେକ୍ସ ରାକେଟ । କିନ୍ତୁ ଏହି ସେକ୍ସ ସ୍କାଣ୍ଡଲର ପର୍ଦ୍ଦାଫାଶ ହେବା ମାମଲାରେ ଗିରଫ ହୋଇଛନ୍ତି ବଲିଉଡର ଜଣେ ସୁନ୍ଦରୀ ନାୟିକା । ମୁମ୍ବାଇ କ୍ରାଇମବ୍ରାଞ୍ଚର ୟୁନିଟ ୧୧ ଏହି ହିରୋଇନଙ୍କୁ ଗିରଫ କରି ମାମଲାର ତଦନ୍ତ କାର୍ଯ୍ୟ ଆଗକୁ ବଢାଇଛି । ବଲିଉଡରେ ସେକ୍ସ ରାକେଟକୁ ନେଇ ବର୍ତ୍ତମାନ ଏକ ବଡ ଚର୍ଚ୍ଚା ଆରମ୍ଭ ହୋଇଛି ।କାଷ୍ଟିଂ ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ସେକ୍ସ ର୍ୟାକେଟ ଚଲାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।
କ୍ରାଇମବ୍ରାଞ୍ଚ ଟିମ୍ ଗୋରେଗାଓଁର ଏକ ସ୍ଥାନରୁ ଦୁଇ ଜଣ ମଡେଲଙ୍କୁ ମଧ୍ୟ ଉଦ୍ଧାର କରି ସେମାନଙ୍କୁ ଥଇଥାନ କେନ୍ଦ୍ରକୁ ପଠାଇଛି । ମଡେଲ ଦୁଇଜଣ କହିଛନ୍ତି, ଆରତୀ ତାଙ୍କୁ ୧୫-୧୫ ହଜାର ଟଙ୍କା ଦେବାକୁ କହି ଡାକିଥିଲେ । ପୋଲିସ ନକଲି ଲୋକଙ୍କୁ ହୋଟେଲକୁ ପଠାଇ ଏହି ର୍ୟାକେଟର ପର୍ଦ୍ଦାଫାସ୍ କରିଛି । ଆଉ ଅଭିଯୁକ୍ତ ଆରତୀ ମିତ୍ତଲକୁ ଗିରଫ କରିଛି ।
ଏହି ର୍ୟାକେଟ ବିଷୟରେ ପୋଲିସ ଇନ୍ସପେକ୍ଟର ମନୋଜ ସୁତାର ଖବର ଦେଇଥିଲେ । ଏହାପରେ ସେ ନିଜେ ଗ୍ରାହକ ସାଜି ହୋଟେଲକୁ ଯାଇ ର୍ୟାକେଟର ପର୍ଦ୍ଦାଫାସ କରିଥିଲେ । ଅଭିଯୁକ୍ତ ଆରତୀ ଗ୍ରାହକ ସାଜିଥିବା ପୋଲିସକୁ ୬୦ ହଜାର ଟଙ୍କା ମାଗିଥିଲେ । ଆଉ ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା ।ଆରତୀ କାଷ୍ଟିଂ ଡାଇରେକ୍ଟର ହେବା ସହିତ ଜଣେ ଅଭିନେତ୍ରୀ ମଧ୍ୟ । ‘ଅପନାପନ’ ଭଳି ଟେଲିଭିଜନ ଶୋରେ କାମ କରିଛନ୍ତି ।