ସୁହାନା ଖାନ୍‌ଙ୍କ ପ୍ରେମରେ ବିଗ୍ ବି’ଙ୍କ ନାତି ଅଗସ୍ତ୍ୟ |

ଅଗସ୍ତ୍ୟ ନନ୍ଦା ଓ ସୁହାନା ଖାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଉଡୁଛି। ଏକ ପାର୍ଟୀରେ ଅଗସ୍ତ୍ୟ ସୁହାନାଙ୍କୁ କିସ୍ ଦେଉଥିବାର ଦେଖିବାକୁ ମିଳିଛି। ଭାଇରାଲ୍ ହେଉଛି ଏହି ଭିଡିଓ।ଆଜିକାଲି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଓ ଶାହାରୁଖ ଖାନ୍‌ ଙ୍କ ଲଳନା ସୁହାନା ଖାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଉଡୁଛି। ନିକଟରେ ଉଭୟ ଏକ ପାର୍ଟୀରେ ଏକାଠି ନଜର ଆସିଥିଲେ। ଅନେକ ଷ୍ଟାର୍‌ କିଡ୍ସ ତାନିଆ ଶ୍ରଫ୍‌ଙ୍କ ଜନ୍ମଦିନ ପାର୍ଟୀକୁ ଯାଇଥିଲେ। ଏହି ସମୟରେ ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି।

ଏହି ସମୟର ଏକ ରୋମାଣ୍ଟିକ୍ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଅଗସ୍ତ୍ୟ ନନ୍ଦା ଏବଂ ସୁହାନା ଖାନ ଏକାଠି ନଜର ଆସିଛନ୍ତି। ଇନଷ୍ଟାଗ୍ରାମ ରେ ଏକ ପାପାରାଜୋ ଆକାଉଣ୍ଟରେ ଶେୟାର କରାଯାଇଥିବା ଏକ ଭିଡିଓରେ ଅଗସ୍ତ୍ୟ ଏବଂ ସୁହାନା ତାନିଆ ଶ୍ରଫ୍‌ଙ୍କ ଜନ୍ମଦିନ ପାର୍ଟୀରେ ନଜର ଆସିଥିଲେ। ସୁହାନା ଖାନ ପାର୍ଟି ଛାଡିବାକୁ ଯାଉଥିବାବେଳେ ଅଗସ୍ତ୍ୟ, ତାନିଆ ଏବଂ ଆହାନ ଶେଟ୍ଟୀ ତାଙ୍କୁ ନିଜ କାର୍‌ରେ ଛାଡିବା ପାଇଁ ଆସିଥିଲେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp