ସୁନା ଦର ହେବ ଆକାଶ ଛୁଆଁ: ୬୫ ହଜାର ଟଙ୍କା

ସୁନା ଦର ହେବ ଆକାଶ ଛୁଆଁ: ୬୫ ହଜାର ଟଙ୍କା ଛୁଇଁବା ନିଶ୍ଚିତ ! ବଜେଟ୍ ପ୍ରଭାବ ଉପର ମୁହାଁ ସୁନା ଦର। ୨ ଦିନରେ ବଢ଼ିଲାଣି ୧୬ ଶହ ଟଙ୍କା। ଛୁଇଁଲା ସର୍ବକାଳୀନ ରେକର୍ଡ। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଏବେ ୬୦ ହଜାର ୭୦୦ ଟଙ୍କା। ଦୁଇ ଦିନ ତଳେ ଅର୍ଥାତ୍ ଗତ ମଙ୍ଗଳବାର ଦର ଥିଲା ୫୮ ହଜାର ୯୦୦ ଟଙ୍କା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୫୨ ହଜାର ୬୦୦ ଟଙ୍କାରୁ ବଢ଼ି ଆଜି ୫୪ ହଜାର ୨୦୦ ଟଙ୍କାରେ ପହଞ୍ଚିଯାଇଛି। ଏମିତିକି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଫେବ୍ରୁଆରୀ ମାସ ଲାଗି ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୫୮ ହଜାର ୮୦୦ ଟଙ୍କାରେ ବିକ୍ରି ହେଉଛି। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ବିବାହ ଉତ୍ସବରେ ଉପହାର ଦେବା ଲାଗି ସୁନା ଗହଣା କିଣିବାକୁ ଡରିଲେଣି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp