ସାମ୍ବାଦିକଙ୍କ ସହ ମାରପିଟ ଘଟଣାରେ ସଲମାନ ଖାନଙ୍କୁ ମିଳିଲା ଆଶ୍ୱସ୍ତି
ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ୨୦୧୯ରେ ସଲମାନ ଖାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି।ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି। ଆଉ ଏହାରି ଭିତରେ ଅଭିନେତାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ୨୦୧୯ରେ ସଲମାନ ଖାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଏହି ମାମଲାରେ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାମ୍ନାରେ ଥିବା ବ୍ୟକ୍ତି ସେଲିବ୍ରିଟି, ଏଥିପାଇଁ ଜାଣିଶୁଣି ହଇରାଣ କରିବା ଭୁଲ୍। ଏହି ନିଷ୍ପତ୍ତି ପରେ ସଲମାନ ଖାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ୨୦୧୯ରେ ସାମ୍ବାଦିକଙ୍କ ସହ ମାରପିଟ ନେଇ ସଲମାନ ଖାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସାମ୍ବାଦିକ ବମ୍ବେ ହାଇକୋର୍ଟରେ ତାଙ୍କୁ ଧମକ ଏବଂ ମାରପିଟ ନେଇ ଏକ ପିଟିସନ ଦାଖଲ କରିଥିଲେ। ସେ ଲେଖିଥିଲେ ଯେ ସଲମାନ ଖାନ ତାଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଛନ୍ତି। ବର୍ତ୍ତମାନ ଏହି ଘଟଣାର ୪ ବର୍ଷ ପରେ କୋର୍ଟ ମାମଲାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି କି, ଅଭିଯୁକ୍ତ ଜଣେ ଖ୍ୟାତନାମା ବ୍ୟକ୍ତିତ୍ୱ, କେବଳ ଏଥିପାଇଁ ଅଯଥା ନିର୍ଯ୍ୟାତନାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ। ଅଭିଯୁକ୍ତଙ୍କ ନିରବତାର ସୁଯୋଗ ନେଇ ଅଭିଯୋଗକାରୀ ଅନୁମାନ କରିଥିଲେ ଯେ ଅଭିନେତା ତାଙ୍କୁ ଅପମାନ କରୁଛନ୍ତି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଶୁଣାଣି କରିବା କୌଣସି ଅନ୍ୟାୟ ଠାରୁ କମ୍ ହେବ ନାହିଁ। ଏଥିପାଇଁ ମାମଲାକୁ ରଦ୍ଦ କରାଯାଉଛି।