ସାମ୍ବାଦିକଙ୍କ ଦଲାଲ ଗିରି |
ସାମ୍ବାଦିକ ସଦା ସର୍ବଦା ନିର୍ଭୀକ ଏବଂ ସଚୋଟ ହେବା ଦରକାର । ଅନ୍ୟାୟ ଉପରୁ ପରଦା ହଟାଇବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ମାନେ ସାମ୍ବାଦିକଙ୍କ କାର୍ଯ୍ୟ । ସତ ଯେତେ ପିତା ହେଲେ ବି ସାମ୍ବାଦିକ ମାନେ କହିଥାନ୍ତି । ନା କାହା ଚାପରେ ଚେପା ହୁଅନ୍ତି ସଚୋଟ ସାମ୍ବାଦିକ। ନା କାହାର ଟଙ୍କାର ପ୍ରଲୋଭନରେ ପ୍ରଲୋଭିତ ହୁଅନ୍ତି ସାମ୍ବାଦିକ । ହେଲେ ଯେଉଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଜନ ସାଧାରଣ ଏତେ ବିଶ୍ୱାସ କରନ୍ତି ଏତେ ସମ୍ମାନ ଦିଅନ୍ତି ସେହି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ଲାଗିଛି କଲଙ୍କର ଛିଟା । ଆଉ ଏହି ଭଳି ସାମ୍ବାଦିକଙ୍କ ପାଇଁ ଆଜି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରୁ ଲୋକଙ୍କର ଭରଷା ଉଠିଯିବାରେ ଲାଗିଛି । ହଁ ଦର୍ଶକ ବନ୍ଧୁ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଏପରି କାଣ୍ଡ ଭିଆଇଛନ୍ତି ଯାହା ଆପଣଙ୍କୁ ଚକିତ କରିବ । ଯେଉଁ ଗଣମାଧ୍ୟମ ଦିନ ରାତି ଅନ୍ୟର ଖବର ବାଯାଏ ଯେଉଁ ଗଣମାଧ୍ୟମ ଦଲାଲ ମାନଙ୍କ ଗୁମର ଫିଟାଏ ସେହି ଗଣମାଧ୍ୟମର ଜଣେ ପ୍ରତିନିଧି କରିଛନ୍ତି ସାଧାରଣ ଲୋକଙ୍କୁ ଠକେଇ । କେବଳ ଟଙ୍କା ଲୁଟିଛନ୍ତି ସେ କଥା ନୁହେଁ ଟଙ୍କା ଲୁଟିବା ସହିତ ଦାଦା ଗିରି ଦେଖାଇ ମାଡ଼ ମଧ୍ୟ ମାରିଛନ୍ତି । ତେବେ ଏହା ବର୍ତ୍ତମାନ ସାମ୍ବାଦିକଙ୍କ ପାଇଁ ସାଜିଛି ମହଙ୍ଗା ।
ସୂଚନା ଅନୁଯାୟୀ ଗାଇ ବେପାରୀଙ୍କୁ ମାଡ଼ ମାରି ଜବରଦସ୍ତି ଟଙ୍କା ଆଦାୟ କରିବା ଅଭିଯୋଗରେ ବୈଦୁତିକ ଗଣମଧ୍ୟାମ ପ୍ରତିନିଧି ଙ୍କ ସମେତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ଘଷିପୁରା ଥାନା ଟୋଲଙ୍କନେଣ୍ଡି ଗାଁର ଟୁନା ଦାସ କିଛି ଗାଈ କିଣି ଗାଁକୁ ଆଣୁଥିବା ସମୟରେ ୮ ରୁ ୧୦ ଜଣ ଯୁବକ ତାଙ୍କୁ ଅଟକ ରଖି ମାଡ଼ ମାରିବା ସହିତ ଟଙ୍କା ମାଗିଥିଲେ। ଅଭିଯୋଗ ଅନୁଯାୟୀ ଟୁନା ଦାସ ଙ୍କ ପରିବାର ଲୋକେ ଫୋନ୍ ପେ ଯୋଗେ ୧ଲକ୍ଷ ଟଙ୍କା ଦେବା ପରେ ସେମାନେ ତାଙ୍କ ଗୋରୁ ସହିତ ତାଙ୍କୁ ଛାଡିଥିଲେ। ଏନେଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଦୁଇ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ତେବେ ଏହିଭଳି କିଛି ସାମ୍ବାଦିକଙ୍କ ପାଇଁ ଲୋକଙ୍କର ସାମ୍ବାଦିକ ମାନଙ୍କ ଉପରୁ ଭରସା ଉଠି ଗଲାଣି ବୋଲି ଲୋକେ ଏବେ ଆଲୋଚନା କରୁଛନ୍ତି ।