ସାବରମତୀ ଜେଲରୁ ନୈନି ଜେଲକୁ ସ୍ଥାନାନ୍ତରିତ ହେଲା ମାଫିଆ ଡନ ଅତୀକ ଅହମ୍ମଦ

ସୂଚନା ମୁତାବକ ମାଫିଆ ଡନ୍‌ ଅତିକ ଅହମ୍ମଦକୁ ସାବରମତି ଜେଲରୁ ନୈନି ଜେଲକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ବଳୟ ମଧ୍ୟରେ ପ୍ରାୟ ୧୨୭୦ କିଲୋମିଟର ରାସ୍ତା ଯିବା ବେଳେ ଅହମ୍ମଦ ବାଟରେ ଶୋଇ ନଥିଲା । ରାସ୍ତାରେ ତାକୁ ଏନକାଉଣ୍ଟର କରାଯିବା ଭୟରେ ସେ ରାତିସାରା ଅନିଦ୍ରା ଥିଲା । ତେବେ ନୈନି ଜେଲରେ ପହଞ୍ଚିବା ପରେ ତାର ମୁହଁରେ ଶାନ୍ତି ଦେଖିବାକୁ ମିଳିଥିଲା । ଜେଲରେ ପହଞ୍ଚିବା ପରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତା’ର ଉଚ୍ଚତା, ଓଜନ ମାପ କରିବା ସହ ତାକୁ ପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଥିଲା । ଅହମ୍ମଦକୁ ଏକ କଡା ସୁରକ୍ଷିତ ବ୍ୟାରେକ୍‌ ରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp