ସାଥୀହେଲେ ସିଦ୍ଧାର୍ଥ ଓ କିଆରା

ବ୍ୟୁରୋ : ସାତ ଜନ୍ମର ସାଥୀହେଲେ ବଲିଉଡର ପପୁରାଲ ଷ୍ଟାର କପଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ।କିଆରା ଆଡ୍‌ଭ‌ାନୀ। ସେମାନଙ୍କ ବିବାହ ସହ ଜଡ଼ିତ ଏପରି କିଛି କଥା ଅଛି ଯାହା ହୁଏତ ଆପଣ ଜାଣିନଥିବେ। ସେମାନଙ୍କ ବିବାହକୁ ନେଇ ଗ‌ୋଟାଏ ପରେ ‌ଗୋଟାଏ ତଥ୍ୟ ଏବେ ହସ୍ତଗତ ହୋଇ ଚାଲିଛି।ଆପଣ ଜାଣନ୍ତି କି କିଆରା ନିଜ ବିବାହରେ ପିନ୍ଧିବାକୁ ଥିବା ଲେହେଙ୍ଗା ଡିଜାଇନ୍‌ର ଦାୟତ୍ବ କାହାକୁ ଦେଇଛନ୍ତି? କିଆରା ତାଙ୍କ ଲେହେଙ୍ଗା ତିଆରି କରିବା ପାଇଁ ଜଣାଶୁଣା ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କୁ ବାଛିଛନ୍ତି। ଶେରସାହା ଫିଲ୍ମର ଅନସ୍କିନରେ ଫ୍ୟାନ୍ସଙ୍କୁ ଦିୱାନା କରିଥିବା ଏହି ଯୋଡି ଏବେ ସତସତିକା ପତି- ପତ୍ନୀ ହୋଇଛନ୍ତି । ରାଜସ୍ଥାନ ଜୈଲସାଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ଷ୍ଟାର କପଲଙ୍କ ବିବାହରେ ସାମିଲ ହୋଇଥିଲେ ବହୁ ନାମୀଦାମୀ ସେଲିବ୍ରେଟିଙ୍କ ସହ ଭିଭିଆଇପି । ଦୁହିଁଙ୍କ ବିବାହ ଉତ୍ସବର ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି ।

ବିବାହ ପରେ ଉଭୟେ ସେଠାରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବା ନେଇ ସୂଚନା ମିଳିଛି । ଯେଉଁଠି ଅତିଥୀଙ୍କୁ ରୟାଲ ରାଜସ୍ଥାନୀ ଡିସ୍ ସହ ପଞ୍ଜାବୀ ଡିସ୍ ପରଷାଯିବ । ପରେ ମୁମ୍ବାଇରେ ବି ସେମାନେ ଆଉ ଏକ ଗ୍ରାଣ୍ଡ ରିସେପସନ୍ ପାର୍ଟି ଦେବେ । ଅନ୍ୟ ସେଲିବ୍ରେଟିଙ୍କ ଭଳି ସିଦ୍ଧ ଓ କିୟାରାଙ୍କ ବିବାହରେ ବି ନୋ ଫୋନ୍ ପଲିସି ରହିଥିଲା । ହେଲେ ସୋସିଆଲ ମିଡିଆରେ ମଣ୍ଡପର କିଛି ଫଟୋ ଭାଇରାଲ ହୋଇଛି । ଏଥିରୁ ସେମାନଙ୍କ ବିବାହରେ ଥିମ୍ ପିଙ୍କ୍ ରହିଥିବା ଜଣାପଡିଛି । ଏବେ ଭାଲେଂଟାଇନ୍ ୱିକ୍ ଚାଲିଥିବା ବେଳେ ବଲିଉଡର ପପୁରାଲ ଲଭବାର୍ଡ ସିଦ୍ଧାର୍ଥ ଓ କିୟାରା ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp