ସଲମାନ ଖାନଙ୍କୁ ଆଶ୍ୱସ୍ତି ,ମାମଲା ଖାରଜ କଲେ ହାଇକୋର୍ଟ |

ଅନ୍ଧେରୀ ମେଟ୍ରୋପଲିଟନ କୋର୍ଟ ଦ୍ୱାରା ଜାରି ସମନକୁ ହାଇକୋର୍ଟ ଖାରଜ କରି ସଲମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି।୨୦୧୯ ମସିହାରେ ଭାଇଜାନ ଅଶୋକ ପାଣ୍ଡେ ନାମକ ସାମ୍ବାଦିକଙ୍କୁ ସଲମାନ ଖାନ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଜଷ୍ଟିସ ଭାରତୀ ଡାଙ୍ଗରେ ଏହି ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।

ସାମ୍ବାଦିକ ଅଶୋକ ପାଣ୍ଡେ ଅନ୍ଧେରୀରେ ସଲମାନ ଖାନଙ୍କ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ । ଏହା ଦେଖିବା ପରେ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ଅଶୋକ ପାଣ୍ଡେଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଶୋକ ପାଣ୍ଡେ ସଲମାନ ଖାନଙ୍କ ବିରୋଧରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

୨୦୧୯ରେ ଘଟିଥିବା ଉକ୍ତ ବିବାଦ ସମ୍ପର୍କରେ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖଙ୍କୁ ୨୨ ମାର୍ଚ୍ଚ ୨୦୨୨ରେ ସମନ କରିଥିଲେ। ଏହି ମାମଲାରେ ସଲମାନଙ୍କ ବିରୋଧରେ ୫୦୪ ଓ ୫୦୬ ଧାରାରେ ମାମଲା ରୁଜୁ ହୋଇଥିଲା। ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ସଲମାନ ଖାନ କୋର୍ଟରେ ହାଜର ନ ହେବାକୁ ଗୁହାରି କରିଥିବା ବେଳେ ତାହାକୁ କୋର୍ଟ ଗ୍ରହଣ କରି ନେଇଥିଲେ।

ଏହାପରେ ଏହି ମାମଲାକୁ ଖାରଜ କରିବା ନିମନ୍ତେ ସଲମାନ ଖାନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ଆଜି ଖାରଜ କରି ଦିଆ ଯାଇଥିବାରୁ ଭାଇଜାନ ଆଶ୍ୱସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp