ସରିଲା ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍

ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍-୧୬ ଶେଷ ହୋଇଛି । ଆଉ ପ୍ରିୟଙ୍କା ଚହର ଚୌଧୁରୀଙ୍କୁ ହରାଇ ଟ୍ରଫି ଜିତିଛନ୍ତି ର୍ୟାପର ଏମସି ଷ୍ଟାନ । ୪ ମାସର ଏହି ଯାତ୍ରାରେ ବହୁ ଗଣ୍ଡଗୋଳ, ବିବାଦ, ନନଷ୍ଟପ୍ ଡ୍ରାମା ପରେ ଶେଷରେ ବିଜେତା ଘୋଷିତ ହୋଇଛନ୍ତି ଏମସି ଷ୍ଟାନ । ତାଙ୍କୁ ୩୧ ଲକ୍ଷ ୮୦ ହଜାର ଟଙ୍କାର ପୁରସ୍କାର ସହ ଏକ ବ୍ରାଣ୍ଡ ନ୍ୟୁ କାର ଉପହାର ମିଳିଛି ।

ଗତ ଫେବୃଆରୀ ୧୨ରେ ବିଗ୍ ବସ୍ ୧୬ ର ବିଜେତା ଭାବରେ ଏମସି ଷ୍ଟାନ୍ ନିଜ ସ୍ଥାନ ପକ୍କା କରିଥିଲେ । ବଲିଉଡ ସୁପରଷ୍ଟାର ତଥା ବିଗ୍ ବସ୍ ୧୬ର ହୋଷ୍ଟ ସଲମାନ ଖାନ୍ ଗ୍ରାଣ୍ଡ ଫାଇନାଲରେ ଏହି ଘୋଷଣା କରିଥିଲେ। ଏମସି ଷ୍ଟାନଙ୍କ ବିଜୟ ପରେ ଅନଲାଇନରେ ଏକ ବଡ ବିତର୍କ ଆରମ୍ଭ ହୋଇଥିଲା ଏବଂ ବିଗ୍ ବସ୍ ୧୬ ଦର୍ଶକଙ୍କୁ ଦୁଇ ଭାଗରେ ବିଭକ୍ତ କରିଥିଲା। ଅନେକ ବିଗ୍ ବସ୍ ପ୍ରଶଂସକ ଆଶା କରୁଥିଲେ ଯେ ଷ୍ଟାନ୍ ଅପେକ୍ଷା ଅଧିକ ଆକ୍ଟିଭ୍ ଏବଂ ଇଣ୍ଟରଟେନ୍ ଥିଲେ ଶିବ ଠାକରେ ଓ ପ୍ରିୟଙ୍କା ଚହର ଚୌଧୁରୀ । ଏହି ଦୁଇ ଜଣକ ଭିତରୁ ଜଣଙ୍କୁ ଟ୍ରଫିର ଯୋଗ୍ଯ ଥିଲେ।

ତେବେ ବିଗ୍ ବସ୍ ୧୬ର ବିଜେତା ଘୋଷିତ ହେବାର କିଛି ସମୟ ପରେ ’ହ୍ୟାସଟ୍ୟାଗ୍ ଅର୍ଥାତ୍ ‘ଅଯୋଗ୍ୟ ବିଜେତା’ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଦେଲା। ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କଲେ। ତେବେ ପୁଣେରୁ ଆସିଥିବା ରାପର ଏମ୍ ସି ଷ୍ଟାନଙ୍କର ବହୁତ ପ୍ରଶଂସକ ରହିଛନ୍ତି। ଷ୍ଟାନ ଘର ଭିତରେ ରହିବା ସମୟରେ ସୋସିଆଲ ମିଡିଆରେ ତାଙ୍କ ଟିମ୍ ଏତେ ସକ୍ରିୟ ନଥିଲେ ମଧ୍ୟ ସେ ଟ୍ରଫି ହାତେଇବାରେ ସଫଳ ହୋଇଥିଲେ। ଏହା ହେଉଛି ଏକ ପ୍ରମାଣ ଯେ ସୋସିଆଲ ମିଡିଆ ବାହାରେ ଷ୍ଟାନଙ୍କର ବହୁତ ଅଧିକ ପ୍ରଶଂସକ ରହିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp