ସରିଗଲା ମୋ ସାଇକେଲ ପ୍ରହସନ ,ପାଣିରେ ପଡିଲା ୫ କୋଟି ।
ଏଇ ମାତ୍ର ବର୍ଷ କେଇଟା ଯାଇନି ଛାଡି ଗଲା ମୋ ସାଇକେଲ ନିଶା । ପଦୁର୍ଷଣ ରୋକିବା ଲକ୍ଷ ନେଇ ବିଏମସି ପକ୍ଷରୁ ଆରମ୍ଭ ହୋଇଥିଲା ମୋ ସାଇକେଲ ଶୁଭାରମ୍ଭ । ମୋ ସାଇକେଲ ଶୁଭାରମ୍ଭ କରିବା ପଛରେ ଲକ୍ଷ ଥିଲା ସମସ୍ତଙ୍କୁ ସାଇକଲ ସହିତ ଅଭ୍ୟସ୍ଥ କରି ଭୁବନେଶ୍ୱରକୁ ପଦୁର୍ଷଣ ମୁକ୍ତ କରିବା । ହେଲେ ଏହା କେବଳ ଭାବନାରେ ହିଁ ସୀମିତ ହୋଇ ରହିଗଲା । ନା ପୂରଣ ହେଲା ଯେଉଁ ଉଦ୍ୟଶ ନେଇ ମୋ ସାଇକେଲ ଆରମ୍ଭ ହୋଇଥିଲା , ନା ରାଜଧାନୀ ଭୁବନେଶ୍ବରରୁ ହେଲା ପ୍ରଦୂଷଣ ମୁକ୍ତ । ହେଲେ ଦୁଃଖର କଥା ଖତ ଖାଉଛି କୋଟି କୋଟି ଟଙ୍କା ବ୍ୟୟରେ କିଣା ହୋଇ ଆସିଥିବା ମୋ ସାଇକେଲ । ଜନତାଙ୍କ ତଣ୍ଟି ଚିପି ପଇସା ଆଣି ସେହି ପଇସାକୁ ଏଭଳି ଅପବ୍ୟୟ କରିବା ଅତ୍ୟନ୍ତ ନିନ୍ଦାର ବିଷୟ । ମୋ ବସ ଶୁଭାରମ୍ଭ ହେବା ପୂର୍ବରୁ ଆଗ ଅନୁମାନ କରିବାର ଆବଶ୍ୟକତା ଥିଲା କି ରାଜଧାନୀ ଭୁବନେଶ୍ବର ରେ କେତେ ଲୋକ ସାଇକେଲ ଚଲାଇବାକୁ ଆଗ୍ରହୀ ଅଛନ୍ତି । ହେଲେ ସେମିତି କୌଣସି ସର୍ଭେ କିମ୍ବା ଅନୁମାନ କରାନଯାଇ କୋଟି କୋଟି ଟଙ୍କା ଖର୍ଚରେ ଯେଉଁ ସାଇକେଲ କିଣା ଯାଇଥିଲା ତାହାକୁ ଏବେ ବଣ୍ଟନ କରାଯିବା ନେଇ ଶୁଣିବାକୁ ମିଳୁଛି । ସାଧାରଣ ଲୋକଙ୍କ ଟଙ୍କାକୁ ଏପରି ଅପବ୍ୟୟ କରିବା ବାସ୍ତବରେ ଖୁବ ନିନ୍ଦାର ବିଷୟ । ତେବେ ଦେଖିବାକୁ ବାକି ରହିଲା ଏହି ମୋ ସାଇକେଲ ବଣ୍ଟନ କେବେ ହେଉଛି । ଏବଂ କେଉଁ ମାନେ ମୋ ସାଇକେଲ ପାଉଛନ୍ତି ।