ସରକାରୀ ଗାଇଡ଼ଲାଇନ ଫାଙ୍କି ନିମ୍ନମାନ ର କାମ |
କାର୍ଯ୍ୟରତ ବିଭାଗୀୟ ଯନ୍ତ୍ରୀ ସ୍ୱୀକାର କଲେ ,ସରକାରୀ ଗାଇଡ଼ଲାଇନ ଫାଙ୍କି ନିମ୍ନମାନ ର କାମ ହୋଇଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୋନ l ବିଧାୟକଙ୍କ ଖାସ ଅନୁଗତ ସରପଞ୍ଚ ହୋଇଥିବାରୁ ତାଙ୍କୁ କଣ ସାତଖୋନ ମାପ | ଏଠି ଯଦି ବାଡ଼ ଯଦି କ୍ଷେତ ଖାଏ ତେବେ କହିବା କାହାକୁ, ନିଜେ ସରପଞ୍ଚ ଯଦି ଠିକାଦାରୀ କରି ଦୁର୍ନୀତିରେ ଉବୁଟୁବୁ ରହିବେ ସେହି ପଞ୍ଚାୟତର ଉନ୍ନତି କେମିତି ହୋଇଥିବ ତାହା ସ୍ଥାନୀୟ ଜନସାଧାରଣଙ୍କୁ ହିଁ ଜଣା | ପାଳଲହଡା ବ୍ଲକର ପେଚାମୁଣ୍ଡି ପଂଚାୟତରେ ନଳକୂଅ ପିଣ୍ଡି ସକପିଟ ଆଳରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଜନସାଧାରଣଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ମିଳିମିଶି ହଡପ ହେବା ନେଇ ଅଭିଯୋଗ ହୋଇଛି l ପ୍ରକାଶ ଯେ ପେଚାମୁଣ୍ଡି ପଂଚାୟତରେ ୬୨ ଟି ପୁରୁଣା ନଳକୂଅର ପୁନର୍ଦ୍ଧାର ହୋଇଛି l ସ୍ଵଛ ଭାରତ ଯୋଜନା-୨ରେ ନଳକୂଅ ଚାରି ପାଖରେ ପିଣ୍ଡି ସାଙ୍ଗକୁ ପାଣି ଜମିବାକୁ ଏକ ଶୋକପିଟ ନିର୍ମାଣ କରାଯାଇଛି l ପଂଚାୟତର କଦମ୍ବଡିହ ,ତଳଦିହ, ଡୁଇ ପାଣି ,ଆସନପାଣି,ରାମଚନ୍ଦ୍ରପୁର, ଜୋକପାଣି,ଲଷ୍ମୀପ୍ରିୟାପୁର,ଶିମିଳିପାଳ ଓ ପେଚାମୁଣ୍ଡି ଗ୍ରାମରେ ଏହି କାମ କରାଯାଇଛି | ପୁନଃରୁଦ୍ଧାର ପାଇଁ ପ୍ରତି ନଳକୂଅ ପିଛା ୮ହଜାର ୫୦୦ ଟଙ୍କା ବ୍ୟୟ ବରାଦ ହୋଇଛି |
ଏଥିରେ ପଂଚାୟତ ର ଭାଗ ହେଉଛି ୨ ହଜାର ୫୫୦ ଟଙ୍କା ବ୍ଲକ ପକ୍ଷରୁ ଯୋଗାଇ ଦିଆ ଯାଇଛି | ସରକାରୀ ନିୟମ ଅନୁଯାୟୀ ସୋକପିଟ ପାଇଁ ଚାରି ଫୁଟ ଗୋଲେଇର ଚାରିଟି କଂକ୍ରିଟ ରିଙ୍ଗ ଦିଆଯିବା କଥା |ଗାତ ଖୋଲିବା ପରେ ୩ ଟି ରିଙ୍ଗ ମାଟିତଳେ ଓ ଉପରକୁ ଗୋଟିଏ ରିଙ୍ଗ , ଏହା ଉପରେ ଢାଙ୍କୁଣି ରହିବ | ଏଥି ସହିତ ପୁରୁଣା ପିଣ୍ଡି ଭାଙ୍ଗି ନଳକୂଅ ଚାରିପାଖରେ ନୂଆ କରି ପିଣ୍ଡି ତିଆରି କରାଯିବ | ହେଲେ ପେଚାମୁଣ୍ଡି ପଞ୍ଚାୟତରେ ସରକାରୀ ନିୟମକୁ ବେଖାତିରି ନକରି ମନଇଛା କାମ କରାଯାଇଛି | ୪ ଫୁଟ ବଦଳରେ ୩ ଫୁଟ ଗୋଲେଇର ରିଙ୍ଗ କେଉଁଠି ୩ ଟି ତ କେଉଁଠି ୨ ଟି ବସାଇ କାମ ସାରିଦିଆ ଯାଇଛି | ପୁରୁଣା ପିଣ୍ଡିକୁ ନୁଆଁ ଦେଖାଇ ବିଲ କରାଯାଇଛି | ପାଲଲହଡା ବିଧାୟକଙ୍କ ଖାସ ଅନୁଗତ ହୋଇଥିବାରୁ ନିଜେ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ ଠିକାଦାରୀ ପାଇଁ ମନ ବଳାଇଥିଲେ | ସରପଞ୍ଚ ରମେଶ ବିଧାୟକ ପାଖ ଲୋକ ହୋଇଥିବାରୁ ଦୁର୍ନୀତିରେ ଉବୁଟୁବୁ ରହିଥିଲେ ବି ପାଲଲହଡା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ ଓ ସରପଞ୍ଚଙ୍କ ବାଟ ମାରଣ ନୀତି ପାଟି ଆଗ ମାଟି ପଛ | କାର୍ଯ୍ୟର ନିତିନିୟମକୁ ଅଣଦେଖା କରି କାମ ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀ ସ୍ୱୀକାର କରିଛନ୍ତି |
ଏପରିକି ଖୋଦ ସରକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ କାମ ଠିକକୁ ସ୍ୱୀକାର କରିବା ସହ ନୂତନ ଭାବେ ପିଣ୍ଡି ଓ ସକପିଟ ନିର୍ମାଣ କରିବାକୁ ଠିକାଦାର ଙ୍କୁ ନିର୍ଦେଶ ଦିଆଯାଇଥିବା ନେଇ ଖୋଦ ସରକାରୀ ଯନ୍ତ୍ରୀ ଦେଢ଼ ମାସ ତଳେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ | କାମର ଘଟଣା ସ୍ଥଳକୁ ନିଜେ ଯାଇ ତଦନ୍ତ କରି ପଦକ୍ଷେପ ନେବେ ବୋଲି ବିଡ଼ିଓ ବି ସୂଚନା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୁନ ହୋଇଛି | ଅପର ପକ୍ଷରେ ବ୍ଲକ ପ୍ରଶାସନ ବିଲ ପାସ କରିଦେଇଥିବା ଜଣା ପଡିଛି ପରେ ପଂଚାୟତ ବାସୀଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଖୋଲା ଖୋଲି ସରକାରୀ ଅନୁଦାନ ହଡପ କରା ଯାଉଥିବା ବେଳେ ସରକାରୀ କଳର ନିରବ ସମର୍ଥନ ବ୍ୟଥିତ କରିଛି | ଜିଲ୍ଲାପାଳ ଏ ଘଟଣାରେ ହସ୍ତକ୍ଷେପ କରିବାକୁ ପଞ୍ଚାୟତ ବାସୀ ଦାବୀ କରିଛନ୍ତି | ପାଠକ ପାଠିକା ଗଣ ଆପଣ ପଢୁଥିଲେ ପ୍ରଶାସନ ଏବଂ ନିମ୍ନମାନର କଥା, ମୁଖ୍ୟ ଘଟଣାଟି ଆପଣଙ୍କୁ ଜଣାଉଛୁ କି – ବର୍ତମାନ ଢେଙ୍କାନାଳ ସାଂସଦ ପୂର୍ବତନ ପାଲଲହଡା ବିଧାୟକ ଥିବା ମହେଶ ସାହୁଙ୍କ ଖାସ ଅନୁଗତ ଥିବା ରମେଶ ଚନ୍ଦ୍ର ପ୍ରଧାନ ଏବେ ପେଚାମୁଣ୍ଡି ପଞ୍ଚାୟତର ସରପଞ୍ଚ | ବିଗତ ଦିନରେ ମହେଶ ସାହୁ ମଜୁର କରିଥିବା କାର୍ଯ୍ୟ ସରପଞ୍ଚ କରିଥିବା ଶ୍ରୀ ପ୍ରଧାନ କାର୍ଯ୍ୟ ଶେଷ କରିଥିଲେ ସୁଦ୍ଧା ବ୍ଳକ ପ୍ରଶାସନ ପକ୍ଷରୁ ବିଲ ହୋଇପାରିନଥିଲା | 18 ଲକ୍ଷ ଟଙ୍କାର ବିଲ କେମିତି ହେବ ବର୍ତମାନ ସମୟରେ ସ୍ଥାନୀୟ ବିଧାୟକ ମୁକେଶ ପାଳଙ୍କ ନିର୍ଦେଶ ଦେଲେ ହିଁ ବିଲ ହୋଇପାରିବ, ପରିସ୍ଥିତି ରହିଛି | ତେବେ ଫଲସ ବିଲ କେମିତି ହେବ ସମ୍ପୂର୍ଣ ଯୋଜନା କରିଛନ୍ତି ବିଧାୟକ ଆଉ ଶିଷ୍ୟ ପାଲଟିଛନ୍ତି ସରପଞ୍ଚ |
ବାରମ୍ବାର ବିଲକୁ ହେବାକୁ ନେଇ ବିଧାୟକ ପାଖକୁ ଧାଉଥିଲେ ସରପଞ୍ଚ, ଏକସମୟରେ ଯୋଜନା କରିଥିଲେ ବିଧାୟକ, ସରପଞ୍ଚଙ୍କୁ ନିର୍ଦେଶ ଦେଇଛନ୍ତି କି ତୁମର ଯଦି ବିଲ ପାସ ହେବ ପ୍ରଥମେ ପେଚାମୁଣ୍ଡି ପଞ୍ଚାୟତରେ ନଳକୂପ ପାଇଁ ଆସିଥିବା ଟଙ୍କାକୁ ଏକ ବିଶାଳ ମହିଳା ସମାବେଶରେ ଖର୍ଚ୍ଚ କର, ନିଜର ପୁରୁଣା କାମ 18 ଲକ୍ଷରୁ 9 ଲକ୍ଷ ବିଲ ପାଇଥିବା ପରେ ଆଉ 9 ଲକ୍ଷ ପାଇବାକୁ ବିଚରା ସରପଞ୍ଚ କିଛି ବୁଝି ନପାରି ନଳକୂପ ସରଫିଟ ପଇସାକୁ ଆତ୍ମସାତ କରି ବିଧାୟକଙ୍କ ମହିଳା ସମାବେଶରେ ଖର୍ଚ୍ଚ କରିଛନ୍ତି | ଚତୁର ବିଧାୟକ ମୁକେଶ ପାଳ, ସାଂସଦଙ୍କ ଅନୁଗତ ଥିବା ସରପଞ୍ଚଙ୍କୁ ତଳପେଇ ତଳପେଇ ହଇରାଣ କରୁଥିବା ସୂଚନା ରହିଛି | ତାପରେ ବି ଭକୁଆ ସରପଞ୍ଚ ଆଉ ଚତୁର ବିଧାୟକ ପଞ୍ଚାୟତ ନଳକୂପ ପଇସାକୁ ଆତ୍ମସାତ କରି ଗତକାଲି ଗ୍ରାମର ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା, ଗ୍ରାମବାସୀଙ୍କ ଭିତରେ ଚର୍ଚ୍ଚା ଯେ ଜନସାଧାରଣ ଟଙ୍କାକୁ ହଡପ କରି ପାପ ଧୋଇବାକୁ ଚାଲି ଆସିଛନ୍ତି ଠାକୁରଙ୍କ ପାଖକୁ, ଏହା ବର୍ତମାନ ଲୋକଙ୍କ ଭିତରେ ହାସ୍ୟାସ୍ପଦର କେନ୍ଦ୍ରବିନ୍ଦୁ ପାଲଟିଛି | ଅନ୍ୟ ପକ୍ଷରୁ ନଜର ପକେଇବା ଯଦି ବିଚରା ପେଚାମୁଣ୍ଡି ସରପଞ୍ଚ ଶ୍ରୀ ପ୍ରଧାନ ବିଧାୟକଙ୍କୁ ଖୁସ ଜାହିର କରିବାକୁ ଗତ ନୂତନ ବର୍ଷରେ ସାରା ପାଲଲହଡାରେ ବ୍ୟାନର, ପୋଷ୍ଟରେ ଛାଇ କରିଥିଲେ ବିଧାୟକଙ୍କୁ, ଏହାର ମୁଖ୍ୟ କାରଣ ହେଉଛି କେମିତି ସେ ବିଧାୟକଙ୍କ ଖାସ ଅନୁଗତ ହୋଇ ଆଉ 9 ଲକ୍ଷ ବିଲପାସ କରେଇବେ | ସେତିକି ନୁହେଁ ପାଠକ ଗଣ ଗତ 4 ବର୍ଷ ବିତିଗଲା ବିଚରା ସରପଞ୍ଚ ନିଜ ଭଉଣୀ ଚାକିରୀ ଟ୍ରାନ୍ସଫର ନିମନ୍ତେ ଗୁହାରି କରିଥିଲେ ସୁଦ୍ଧା ସରପଞ୍ଚ କଥା ବିଧାୟକ କର୍ଣ୍ଣପାତ ଘଟଣା ପଦାରେ ପଡ଼ିଲାଣି |
ଶେଷରେ ବିଧାୟକଙ୍କ ଅନୁଗତ ହେବାକୁ ଯାଉଥିବା ସରପଞ୍ଚ କିଛି ବାଟ ନ ପାଇ ଦିନରେ ବିଧାୟକଙ୍କ ସହ ରହି ବିଧାୟକଙ୍କ ଗୁଣଗାନ କରନ୍ତି ସନ୍ଧ୍ୟା ହେଲେ ଭଉଣୀର ଟ୍ରାନ୍ସଫର ପାଇଁ ସାଂସଦଙ୍କୁ ଗୁହାରି କରନ୍ତି ଏବଂ ଏମିତିକି ତାମଡା ଅଧକ୍ଷ ଅବନୀକାନ୍ତ ସାହୁଙ୍କୁ ମଧ୍ୟ ଭଉଣୀର ଟ୍ରାନ୍ସଫର ପାଇଁ ଗୁହାରି କରିବାରେ ପଛାଇ ନାହାନ୍ତି | ଇଏ ହେଉଛି ବିଚରା ସରପଞ୍ଚର ଅଭିନୟ, ଏ କୂଳରେ ହୋଇ ପାରୁନାହାନ୍ତି କି ସେ କୂଳରେ ହୋଇ ପାରୁନାହାନ୍ତି ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ | କିନ୍ତୁ ମାନିବାକୁ ପଡିବ ବିଧାୟକ ମୁକେଶ ପାଳଙ୍କୁ ଯିଏକି ସରପଞ୍ଚଙ୍କୁ ବ୍ୟବହାର କରି ବିନା ପଇସାରେ ପଞ୍ଚାୟତରେ ମହିଳା ସମାବେଶ ଆୟୋଜିତ କରିବାଟା | ବିଧାୟକଙ୍କ ଏଭଳି ଚତୁରତା କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯେ ଚାରୀ ବର୍ଷ ଦୁର୍ନୀତି କରି ଖାଇଲା ଆଉ ଗୋଟିଏ ବର୍ଷ ଭିତରେ ଯେତିକି ଦୁର୍ନୀତି କରିବାର ଅଛି କରିଦିଅ ବିଧାୟକ, ଏହା ହେଉଛି ପାଲଲହଡା ମାଟି ପାଇଁ ଉନ୍ନତିର ଛିଟା |