ସମ୍ବଲପୁରରେ ହିଂସା ସୃଷ୍ଟିକାରୀ ଭିଡିଓ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ |
ସମ୍ବଲପୁରର ପୁର୍ବହିଂସା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ସମ୍ପୂର୍ଣ ଶାନ୍ତି ଫେରାଇ ଆଣିବା ଦିଗରେ ଜିଲ୍ଲା ପ୍ରଶାସନ ଏକାଧିକ ଶାନ୍ତି କମିଟି ବୈଠକ କରୁଛନ୍ତି ।ଆଜି ମଧ୍ୟ ଆରଡିସିଙ୍କ କାର୍ଯ୍ୟାଳୟ ଠାରେ ଆଉ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ବିଭିନ୍ନ କମ୍ୟୁନିଟିର ମୁରବି ମାନେ ଯୋଗ ଦେଇଛନ୍ତି ।