ସବୁ ପଦବୀକୁ ଲୋଭ ଜିଲ୍ଲାପରିଷଦ ମ୍ୟାଡାମଙ୍କର ।

କଥାରେ ଅଛି ଅତି ଲୋଭ ଆଦୌ ଭଲ ନୁହେଁ । ସେହିଭଳି କଥାରେ କଥାରେ ଲୋକେ ମଧ୍ୟ ଏ କଥା କୁହନ୍ତି କି ସବୁବେଳେ ଚୋର ଘରେ ଅନ୍ଧାର ରୁହେନି । ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ଯେତେବେଳେ ଜଣେ ବ୍ୟକ୍ତି ରାଜନୀତିରେ ପାଦ ଥାପନ୍ତି ସେତେବେଳେ ତାଙ୍କ ଉଦ୍ୟଶ ଥାଏ ସମାଜ ପାଇଁ କିଛି କରିବା । ଲୋକ ମାନଙ୍କ ପାଇଁ କାମ କରିବା । ଲୋକ ମାନଙ୍କ ସମସ୍ୟାକୁ ଦୂର କରିବା ।
ହେଲେ ୩୪ ନମ୍ବର ଜୋନର ଜିଲ୍ଲା ପରିଷଦ ରଶ୍ମିତା ସାହୁ କେତେବେଳେ ଲୋକଙ୍କ ସମସ୍ୟା ବୁଝୁଛନ୍ତି ଆଉ କେତେବେଳେ SHG ଗ୍ରୁପ ଦାୟିତ୍ଵ ସମ୍ଭାଲୁଛନ୍ତି ତାହା ଏବେ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ତେବେ କେବଳ ଏତିକି ନୁହେଁ ମ୍ୟାଡାମ ରଶ୍ମିତା ସାହୁଙ୍କ କହିବା ଅନୁଯାୟୀ ସେବା ଶ୍ରମ ସ୍କୁଲକୁ ତାଙ୍କ ଗ୍ରୁପ ଏକ ବର୍ଷ ହେବ ଖାଦ୍ୟ ଯୋଗାଇ ଆସୁଛନ୍ତି । ହେଲେ ବର୍ତ୍ତମାନ ସାଧାରଣ ଜନତା ଅଭିଯୋଗ କରିଛନ୍ତି କି ଖାଦ୍ୟ ନିମ୍ନ ମାନର ଦିଆ ଯାଉଛି ।

ଶୁଣିଲେ ତ କେଉଁ ଭଳି ଜିଲ୍ଲା ପରିଷଦ ମ୍ୟାଡମ ରଶ୍ମିତା ସାହୁଙ୍କ ନାମରେ ଲୋକେ ଅଭିଯୋଗ କରୁଛନ୍ତି । ସେପଟେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଣେ ଲୋକ ପ୍ରତିନିଧି ହୋଇ SHG ଗ୍ରୁପର ପ୍ରେସିଡେଣ୍ଟ କିପରି ହେଲେ ତାହା ତ ଭଗବାନ ଙ୍କୁ ଜଣା ଆଉ ତା ପରେ ଜଣେ ଲୋକ ପ୍ରତିନିଧି ଗୋଟେ ସ୍କୁଲର ଖାଦ୍ୟ ଦାୟିତ୍ୱରେ ରହିବା ଆଉ ତାଙ୍କ ନାମରେ ସାଧାରଣ ଜନତା ଅଭିଯୋଗ ଆଣିବା ଏ ନିହାତି ଭାବେ ଏକ ବଡ ଦୁଃଖର ବିଷୟ । କାରଣ ସ୍କୁଲରେ ଛାତ୍ର ଛାତ୍ରୀ ହେଉଛନ୍ତି ଆମର ଆଗାମୀ ଭବିଷ୍ୟତ ଯାହା ରଶ୍ମିତା ସାହୁ ଜଣେ ଉଚ୍ଚ ଶିକ୍ଷିତ ରାଜନେତ୍ରି ବେଶ୍ ଭଲ ଭାବେ ଜାଣିଛନ୍ତି । ଆଉ ତାଙ୍କ ନାମରେ ଏପରି ଅଭିଯୋଗ ଆସିବା ନିହାତି ଭାବେ ଏ ଘଟଣାକୁ ଏକ ଭିନ୍ନ ମୋଡ ଦେଉଛି ।

ତେବେ ହଁ ଦର୍ଶକ ବନ୍ଧୁ କଥା କେବଳ ଏତିକିରେ ଅଟକି ନାହିଁ ଏବେ ରଶ୍ମିତା ମ୍ୟାଡାମ ଆଉ ଗଣମାଧ୍ୟମ ପ୍ରତିନିଧି ଏହି ଘଟଣାକୁ ନେଇ ଫୋନ୍ ଯୋଗେ ଯାହା ଆଲୋଚନା କରିଥିଲେ ଆଉ ଏହି ଘଟଣାରେ ରଶ୍ମିତା ସାହୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଯେଉଁଭଳି ବ୍ୟବହାର କରିଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp