ସତୀଶ କୌଶିକଙ୍କୁ ହତ୍ୟା ଅଭିଯୋଗ |

ଅଭିନେତା ତଥା ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାରେ ବଡ ଟ୍ବିଷ୍ଟ । ଶନିବାର ସକାଳୁ ଫାର୍ମା ହାଉସରୁ ନିଷିଦ୍ଧ ଔଷଧ ଜବତ ହୋଇଥିବା ବେଳେ ସନ୍ଧ୍ୟାରେ ଦିଲ୍ଲୀର ଜଣେ ମହିଳା ସତୀଶଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ୧୫ କୋଟି ଟଙ୍କା ପାଇଁ ତାଙ୍କ ସ୍ବାମୀ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଦିଲ୍ଲୀ ପୋଲିସ କମିଶନରଙ୍କ ଅଫିସକୁ ଯାଇ ଏତଲା ଦାୟର କରିଛନ୍ତି । ବ୍ୟବସାୟ କ୍ଷେତ୍ରରେ ବିକାଶ ସତୀଶଙ୍କ ଠାରୁ ଟଙ୍କା ନେଇଥିଲେ । ହେଲେ ପରେ ଏହାକୁ ଫେରାଇବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ବିକାଶ ସତୀଶଙ୍କୁ ହତ୍ୟା କରିଥିବା ବିକାଶଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ବିକାଶ ମାଲୁଙ୍କ ପତ୍ନୀଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ବୟାନ ରେକର୍ଡ କରିଛି ପୁଲିସ ।

ଅନ୍ୟପଟେ ବିକାଶ ମାଲୁ ଏହା ପରେ ପ୍ରତିକ୍ରିୟା ରଖିଛନ୍ତି । ସତୀଶ ତାଙ୍କର ଜଣେ ପରିବାରର ସଦସ୍ୟ ଭଳି ଥିଲେ ବୋଲି ବିକାଶ ମାଲୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁ ଫାର୍ମ ହାଉସରେ ସେ ସାଙ୍ଗମାନଙ୍କ ସହ ହୋଲି ପାର୍ଟି ମନାଉଥିଲେ, ସେଠାରୁ ତଦନ୍ତକାରୀ ପୁଲିସ କିଛି ଆପତିଜନକ ଔଷଧ ପାଇବା ପରେ ଏ ନେଇ ତଦନ୍ତ ବଢ଼ାଇଛି । ଅନ୍ୟପଟେ ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp