ସତର୍କ ସୂଚନା ୩୧ ରୁ ବର୍ଷା ବଢ଼ିବା ନେଇ ଆଶଙ୍କା କଲା ପାଣିପାଗ ବିଭାଗ

ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଲାଗି ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ରାଜ୍ୟରେ ପ୍ରଭାବ ଦେଖାଉଛି ପଶ୍ଚିମା ଝଡ଼ । କାଲିଠୁ ଏହା ପ୍ରଭାବ ଦେଖାଇବ । ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଲାଗି ରହିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ୩୧ ତାରିଖରେ ରାଜ୍ୟରେ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ରହିବ । ଆଜି ବିଜୁଳି ଘଡ଼ଘଡ଼ି ସହ ୯ ଜିଲ୍ଲାରେ ବର୍ଷା ହେବାନେଇ ସୂଚନା ।

ଆସନ୍ତାକାଲି ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ସମ୍ଭାବନା ରହିଥିବା ବେଳେ ଏସବୁ ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ୩୧ ତାରିଖରେ ପଶ୍ଚିମା ଝଡ଼ର ପ୍ରକୋପ ଅଧିକ ରହିବ । ୧୭ ଜିଲ୍ଲାକୁ ଝଡ଼ ପବନ ସାଙ୍ଗକୁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ସେହିଭଳି ବିଜୁଳି ଘଡ଼ଘଡ଼ି ପାଇଁ ସମସ୍ତ ଜିଲ୍ଲାକୁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp