ସକାଳ ଜଳଖିଆ ନଖାଇବା ଡୋର କଣ ହୋଇଥାଏ ?

ସକାଳର ଜଳଖିଆ ଶରୀରକୁ ଏନର୍ଜି ଦେଇ ଆପଣଙ୍କୁ ଦିନସାରା ଏନର୍ଜେଟିକ ରଖିବାରେ ସାହାଯ୍ୟ କରିଥାଏ । ତା ସହିତ ବ୍ରେକଫାଷ୍ଟ୍ ରେ ଜରୁରୀ ଭିଟାମିନ୍ସ ଓ ମିନେରାଲ୍ସ ସାମିଲ କଲେ ଆପଣ ସବୁବେଳେ ସୁସ୍ଥ ରହିବେ ।ସାରା ଦିନର ଆହାରରେ ସକାଳର ଜଳଖିଆ ସବୁଠାରୁ ଅଧିକ ଜରୁରୀ ହୋଇଥାଏ । କିନ୍ତୁ କିଛି ଲୋକ ଏହାକୁ ସ୍କିପ୍‌ କରିଦିଅନ୍ତି । କିନ୍ତୁ ଆପଣଙ୍କ ଜଣାଇବାକୁ ଚାହିଁବୁ ଯେ ଜଳଖିଆ ହେଉଛି ଆମ ଖାଦ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ । ଅନ୍ୟପଟେ, ଯଦି ଆପଣ ସକାଳେ ଜଳଖିଆ ନକରନ୍ତି, ତେବେ ଆପଣଙ୍କର ଗୁରୁତର ସମସ୍ୟା ହୋଇପାରେ । ଜଳଖିଆ ନଖାଇବା ଦ୍ୱାରା ଆପଣଙ୍କ ହୃଦୟ ଭଲ ଭାବରେ କାମ କରେ ନାହିଁ । ଯେଉଁଥିପାଇଁ ଆପଣଙ୍କ ହୃଦୟ ସହିତ ଜଡିତ ସମସ୍ୟା ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଜଳଖିଆ ସ୍କିପ୍‌ କଲେ ଏହା ଆପଣଙ୍କ ଶରୀର ଉପରେ କଣ ପ୍ରଭାବ ପକାଇବ ।

ଓଜନ ବୃଦ୍ଧି
ଯଦି ଆପଣ ଜଳଖିଆ ଖାଉ ନାହାନ୍ତିି, ତେବେ ଆପଣ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ଅଧିକ ଭୋକିଲା ଅନୁଭବ କରନ୍ତି ଏବଂ ଆପଣ ଅଧିକ ପରିପୂର୍ଣ୍ଣ ଚର୍ବି, କ୍ୟାଲୋରୀ ଏବଂ ମିଠା ଜାତୀୟ ଖାଦ୍ୟ ଖାଇବା ଆରମ୍ଭ କରନ୍ତି । ଯେଉଁ କାରଣରୁ ଆପଣଙ୍କ ଓଜନ ଦ୍ରୁତ ଗତିରେ ବଢିିବା ଆରମ୍ଭ କରେ ।

ମଧୁମେହ

ଯଦି ଆପଣ ଜଳଖିଆକୁ ଅଣଦେଖା କରନ୍ତି, ତେବେ ଏହା ମଧୁମେହ ହେବାର ସମ୍ଭାବନା ବଢାଇଥାଏ । କାର୍ଯ୍ୟରତ ଲୋକ ମାନଙ୍କ ସହିତ ଏହି ସମସ୍ୟା ଅଧିକ ହୋଇଥାଏ ।

ଇମ୍ୟୁନିଟୀ

ମାନସିକ ସ୍ତରରେ, ଯଦି ଆପଣ ସକାଳେ ଜଳଖିଆ ନ କରନ୍ତି, ତେବେ ଆପଣ ଦିନସାରା କ୍ଲାନ୍ତ ଅନୁଭବ କରିବେ ଏବଂ ଆପଣଙ୍କ ମନୋବଳ ମଧ୍ୟ ଠିକ ରହିବ ନାହିଁ ।

ହୃଦୟ ସମସ୍ୟା

ଯେଉଁ ଲୋକମାନେ ସକାଳେ ଜଳଖିଆ କରନ୍ତି ନାହିଁ, ସେମାନଙ୍କର ରକ୍ତଚାପ ସାଧାରଣ ଅପେକ୍ଷା ଅଧିକ ରହିବାକୁ ଲାଗେ, ଯାହା ଧମନୀ ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ । ସେଥିପାଇଁ ଭୁଲ୍ରେ ମଧ୍ୟ ଜଳଖିଆ ସ୍କିପ କରିବା ଉଚିତ୍ ନୁହେଁ ।

କ୍ୟାନସର ହେବାର ଆଶଙ୍କା

ଯଦି ଆପଣ ଜଳଖିଆ ସହିତ ଦିନ ଆରମ୍ଭ ନକରନ୍ତି, ତେବେ ଆପଣଙ୍କୁ ଅନେକ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏହାର ଅର୍ଥ ଆପଣ ମଧ୍ୟ କ୍ୟାନସର ରୋଗର ଶିକାର ହୋଇପାରନ୍ତି । ସେଥିପାଇଁ ଜଳଖିଆକୁ କେବେବି ସ୍କିପ କରିବା ଉଚିତ୍ ନୁହେଁ ।

ମାଇଗ୍ରେନ୍

ଯେତେବେଳେ ଆପଣ ଜଳଖିଆ ନ ଖାଆନ୍ତି, ସେହି ସମୟରେ ଆପଣଙ୍କ ରକ୍ତରେ ଶର୍କରା ସ୍ତର କମ୍ ହୋଇଥାଏ ଏବଂ ଏହା ଉଚ୍ଚ ରକ୍ତଚାପ ଏବଂ ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେଣୁ ଜଳଖିଆ ଖାଇବାକୁ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp