ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ । ପ୍ରଭୁ ଲିଙ୍ଗରାଜକୁ ଦର୍ଶନ କରିଛନ୍ତି । ସାଙ୍ଗରେ ଥିଲେ ତାଙ୍କ ଝିଅ । ମାଉସୀ ମାଆ ଛକରୁ ରଥ ରୋଡ୍‌ ହୋଇ ମନ୍ଦିର ଆସିଥିଲେ ରାଷ୍ଟ୍ରପତି ।

୪୦ ମିନିଟ ଧରି ରାଷ୍ଟ୍ରପତି ପୂଜାର୍ଚ୍ଚନା କରିଛନ୍ତି । ମହାଦେବଙ୍କ ଦର୍ଶନ ସହ ଜଳାଭିଷେକ କରିଛନ୍ତି । ପ୍ରଥମେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଖାଲି ପାଦରେ ଚାଲିଚାଲି ବିନ୍ଦୁସାଗର ଯାଇଥିଲେ । ରାଷ୍ଟ୍ରପତିଙ୍କୁ ୪ ନିଯୋଗ ସମ୍ପାଦକ ସ୍ୱାଗତ କରିଥିଲେ । ଏହାପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ପହଞ୍ଚିବେ । ସେଠାରେ ଆୟୋଜିତ ଇଣ୍ଡିଆନ ରାଇସ କଂଗ୍ରେସ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ୧ ଘଣ୍ଟା ରହି ପୁଣି ଭୁବନେଶ୍ୱର ଫେରିଆସି ଅପରାହ୍ନରେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp