ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ଦଇତାପତି |
ଆଉ ଦିନକେଇଟା ପରେ ଜଗତର ନାଥ ,କୋଟି ଓଡ଼ିଆର ମଉଡମଣିଙ୍କ ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବା ହେତୁ ସକାଳୁ ସକାଳୁ ଦଇତାପତି ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଘୋଷଯାତ୍ରାର ପ୍ରଥମ ନୀତି କୁହାଯାଉଥିବା ଶ୍ରୀଜୀଉଙ୍କ ବାହୁଟକଣ୍ଟ ସେବା ଦଇତାପତିଙ୍କ ଦ୍ଵାରା ସମ୍ପାଦନ ହେବ ।ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୮ ଦିନ । ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବା ହେତୁ ସକାଳୁ ସକାଳୁ ଦଇତାପତି ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଘୋଷଯାତ୍ରାର ପ୍ରଥମ ନୀତି କୁହାଯାଉଥିବା ଶ୍ରୀଜୀଉଙ୍କ ବାହୁଟକଣ୍ଟ ସେବା ଦଇତାପତିଙ୍କ ଦ୍ଵାରା ସମ୍ପାଦନ ହେବ । ରାତିରେ ପହୁଡ଼ ଆଳତି ପରେ ଏହି ନୀତି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଛାଦିତ କରାଯିବ । ପରେ ଦଇତାପତି ସେବକମାନେ ବାହୁଟ କଣ୍ଟର ଗୋପନ ନୀତି ସଂପାଦନ କରିବେ।
ଦଇତା ପ୍ରବେଶ ନୀତି ଆରମ୍ଭ ହେବା ସହ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯିବ । ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳ କାଠରେ ସେନାପଟା ମଧ୍ୟ ର୍ନିମାଣ କରାଯିବ ।ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି । ଲକ୍ଷାଧିକ ଭକ୍ତ ବିଧା ବାଧାରେ ଯେପରି ଦର୍ଶନ ପାଇବେ ସେନେଇ ବନ୍ଦୋବସ୍ତ କରାଯିବ । ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡା ହେବେନି ସେବକ । ୩ ଓ ୪ ତାରିଖରେ ବଡ଼ଦାଣ୍ଡରେ ବନ୍ଦ ରହିବ ଉଠାଦୋକାନ ।