ଶାହରୁଖଙ୍କ ସହିତ ନାଚିଲେ ବିରାଟ କୋହଲି |
ରୟାଲ ଚ୍ୟାଳେଞ୍ଜର୍ସ ବାଙ୍ଗାଲୋର ଟିମ୍ ଆଇପିଏଲ୍ ୨୦୨୩ରେ ପ୍ରଥମ ପରାଜୟ ଗ୍ରହଣ କରିଛି । କୋଲକତା ଟିମର ବୋଲରଙ୍କ ସାମ୍ନାରେ ଫିକା ପଡିଛନ୍ତି ଆରସିବିର ବ୍ୟାଟର । ଟିମ୍ ୮୧ ରନ୍ ଲିଡରେ ମ୍ୟାଚ ଜିତିଛି । ତେବେ ଆରସିବି ଆରିବା ପରେ ବିରାଟ କୋହଲି କୋଲକତା ନାଇଟ ରାଇଡର୍ସର ମାଲିକ ଶାହାରୁଖ ଖାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଆଇପିଏଲର ୯ମ ମ୍ୟାଚରେ କେକେଆର ଆରସିବିକୁ ହରାଇଲା କୋଲକତା ନାଇଟ ରାଇଡର୍ସ । ଏହା ଆରସିବିର ପ୍ରଥମ ପରାଜୟ । ଏହି ମ୍ୟାଚରେ ଟିମକୁ ଉତ୍ସାହିତ କରିବା ପାଇଁ ଶାହରୁଖ ମଇଦାନରେ ପହଞ୍ଚିଥିଲେ । ତେବେ କେକେଆର ମ୍ୟାଚ ଜିତିବା ପରେ ବିରାଟ କୋହଲି ଶାହରୁଖଙ୍କ ସହିତ ‘ଝୁମେ ଜୋ ପଠାନ’ ଗୀତରେ ଡ୍ୟାନ୍ସ କରିବାକୁ ଲାଗିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।