ଶକ୍ତି ମନ୍ତ୍ରୀ କହିଲେ ଚଳିତ ବର୍ଷ ହେବନି ପାୱାରକଟ

ରାଜ୍ୟରେ ପାୱାର କଟ ଆରମ୍ଭ ହେଇନି କି ହେବାର ସମ୍ଭାବନା ନାହିଁ ବୋଲି କହିଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।ଯଦି ବିଜୁଳି କଟୁଛି ତା’ର ଅର୍ଥ ନୁହଁ କି ତାହା ପାୱାର କଟ । ରାଜ୍ୟରେ ପାୱାର କଟ ଆରମ୍ଭ ହେଇନି କି ହେବାର ସମ୍ଭାବନା ନାହିଁ । ଏହା ଗଣମାଧ୍ୟମର କାଳ୍ପନିକ ଖବର ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଏହା ମଧ୍ୟ କହିଛନ୍ତି ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି । ଯଦି ବିଜୁଳି କଟୁଛି ତା’ର ଅର୍ଥ ନୁହଁ କି ତାହା ପାୱାର କଟ । ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡି ଯାଇଥିବ, କାଳବୈଶାଖୀ ପାଇଁ ତାର କଟି ଯାଇଥିବ । ମୁଁ ପ୍ରତିଶ୍ରୁତି ଦେଉଛି ଏ ବର୍ଷ ପାୱାର କଟ ହେବନି । ଗ୍ରାମାଞ୍ଚଳରେ ବି ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ହେଉଥିବା । ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp