ଶକ୍ତି ମନ୍ତ୍ରୀଙ୍କ ସଭାରେ ବିଦ୍ୟୁତ କାଟ |

ରାଜ୍ୟରେ ବିଦ୍ୟୁତ କାଟ ନେଇ ଚର୍ଚ୍ଚା ଜୋର ଧରିବା ପରେ ରାଜ୍ୟରେ ପାୱାର କଟ୍ ନହେଁ, ପାୱାର ଟ୍ରିପ୍ ହେଉଛି ବୋଲି କହିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ହେଲେ ଆଜି ଶକ୍ତି ମନ୍ତ୍ରୀ ବାଲେଶ୍ୱରର ବାହାନଗାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଚାଲିଯାଇଥିଲା ବିଦ୍ୟୁତ୍‌। ଏନେଇ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କିଛି ଉତ୍ତର ନ ଦେଇ ବୁମ୍‌କୁ ହାତରେ ଏଡେଇ ଦେଇ ଚାଲିଯାଇଥିଲେ।

ଜୁନ ୨ ତାରିଖରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ବାହାନଗାବାସୀ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଶକ୍ତି ମନ୍ତ୍ରୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଜି ଯୋଗ ଦେଇଥିଲେ। ସଭା କାର୍ଯ୍ୟକ୍ରମ ଆରମ୍ଭରୁ ଲାଇନ କଟିଯାଇଥିଲା। ଏହି ସମୟରେ ମନ୍ତ୍ରୀ ମଞ୍ଚ ଉପରେ ଉପସ୍ଥିତି ଥିଲେ। ଜେନେରେଟର ଦ୍ୱାରା ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମନ୍ତ୍ରୀ ଷ୍ଟେଜରେ ଥିବା ପର୍ଯ୍ୟନ୍ତ ଲାଇନ ଆସି ନଥିଲା। ମନ୍ତ୍ରୀ ଷ୍ଟେଜରୁ ଓହ୍ଲାଇ ଆସିବା ପରେ ପ୍ରାୟ ଅଧ ଘଣ୍ଟା ପରେ ଲାଇନ ଆସିଥିଲା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp